fbpx

ରେଲୱେ ନିୟମରେ ବଡ଼ ପରିବର୍ତ୍ତନ, ମୋବାଇଲ ନମ୍ବର ଭେରିଫାଏ ନଥିଲେ ହେବେ ନାହିଁ ଟିକେଟ ବୁକିଂ

Advertisement

ନୂଆଦିଲ୍ଲୀ: ଯଦି ଆପଣ କୌଣସି ଦୂର ସ୍ଥାନକୁ ବୁଲିବାକୁ ଟ୍ରେନରେ ଯିବାକୁ ଚାହୁଛନ୍ତି ଆଉ ଏଥିପାଇଁ ଅନଲାଇନ ଟିକେଟ ବୁକିଂ କରିବାକୁ ଚାହୁଛନ୍ତି ତେବେ ଟିକେଟ ବୁକିଂ କରିବା ପୂର୍ବରୁ ଥରେ ଏହି ଖବରକୁ ପଢ଼ିନିଅନ୍ତୁ । ଭାରତୀୟ ରେଳବାଇ ଅନଲାଇନ ଟ୍ରେନ ଟିକେଟ ବୁ୍କ୍ କରିବା ନିୟମରେ ପରିବର୍ତ୍ତନ କରିଛି । ଏବେ ଟିକେଟ ବୁକିଂ ପାଇଁ ମୋବାଇଲ ନମ୍ବର ଏବଂ ଇ-ମେଲ ଆଇଡି ଭେରିଫିକେସନ ଜରୁରୀ  ହୋଇଛି । ଏହା ବିନା ଟିକେଟ ଅନଲାଇନ ବୁକିଂ ସମ୍ଭବ ନୁହେଁ ।

ମୋବାଇଲ ନମ୍ବର ଏବଂ ଇ-ମେଲ ଆଇଡି ଭେରିଫିକେସନ ପ୍ରକ୍ରିୟା ଅତି ସହଜ ଅଟେ । ଆପଣ ଘରେ ବସି ସହଜରେ ଏହାକୁ କରିପାରିବେ । ଆଇଆରସିଟିସି ଅନୂଯାୟୀ, ଏହି ନିୟମ ସେହି ଯାତ୍ରୀଙ୍କ ପାଇଁ ଯେଉଁମାନେ କୋଭିଡ-୧୯ ମହାମାରୀ କାରଣରୁ ଅନେକ ସମୟ ଧରି ଅନଲାଇନ ଟିକେଟ ବୁକିଂ କରିନାହାଁନ୍ତି ।

ଏହି ଭଳି କରନ୍ତୁ ଭେରିଫିକେସନ:

ଯଦି ଆପଣଙ୍କର ଆଇଆରସିଟିସି ରେ ଆପଣଙ୍କର ଆକାଉଣ୍ଟ୍ ନାହିଁ, ତେବେ ପ୍ରଥମେ ୱେବସାଇଟ କିମ୍ବା ସ୍ମାର୍ଟଫୋନରେ ଆପ୍ ଡାଉନଲୋଡ୍ କରି ଏକ ଆକାଉଣ୍ଟ୍ ବନାଇବାକୁ ହେବ ।

ଲଗ ଇନ୍ ଆଇଡି ପାଇଁ ମୋବାଇଲ୍ ନମ୍ବର ଏବଂ ଇ-ମେଲ୍ ଆଇଡି ଦେବାକୁ ହେବ । ଏହି ଦୁଇଟି ଯାଞ୍ଚ ହେବା ପରେ ହିଁ ଆପଣ ଲଗଇନ୍ କରିବାକୁ ସମର୍ଥ ହେବେ ।

ଯଦି ଆପଣଙ୍କର ପୂର୍ବରୁ ଆଇଆରସିଟିସରେ ଆକାଉଣ୍ଟ୍ ଅଛି କିନ୍ତୁ ମୋବାଇଲ୍ ନମ୍ବର ଏବଂ ଇ-ମେଲ୍ ଭେରିଫିକେସନ ହୋଇନାହିଁ, ତେବେ ଆପଣ ଲଗ ଇନ କରି ଭେରିଫିକେସନ ୱିଣ୍ଡୋକୁ ଯାଆନ୍ତୁ ଏବଂ ପୂର୍ବରୁ ପଞ୍ଜୀକୃତ ମୋବାଇଲ୍ ନମ୍ବର ଏବଂ ଇ-ମେଲ୍ ଦିଅନ୍ତୁ ।

ୱିଣ୍ଡୋର ଡାହାଣ ପାର୍ଶ୍ୱରେ ଭେରିଫିକେସନ ଅପ୍ସନ ଦେଖାଯିବ ଏବଂ ବାମ ପାର୍ଶ୍ୱରେ ଏଡିଟିଂ ଅପ୍ସନ୍ ଦେଖାଯିବ । ଯଦି ଆପଣ ପୂର୍ବରୁ ପଞ୍ଜୀକୃତ ମୋବାଇଲ୍ ନମ୍ବର ଏବଂ ଇମେଲ୍ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତେବେ ଏଡିଟିଂ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ ଅନ୍ୟଥା ଭେରିଫିକେସନ ଉପରେ କ୍ଲିକ୍ କରନ୍ତୁ  ।

ଏହାପରେ ଆପଣଙ୍କ ମୋବାଇଲ ନମ୍ବରରେ ଓଟିପି ଆସିବ । ଓଟିପି ଦେବା ପରେ ଭେରିଫିକେସନ ପ୍ରକ୍ରିୟା ଶେଷ ହେବ ।

ଭେରିଫିକେସନ ପରେ ଆପଣ ସହଜରେ ଅନଲାଇନ ଟିକେଟ ବୁକିଂ କରିପାରିବେ ।

Get real time updates directly on you device, subscribe now.