fbpx

ଟ୍ରେନ ଟ୍ରାଜେଡି: ପୁନଃନିର୍ମାଣ ହେବ ବାହାନଗା ହାଇସ୍କୁଲ, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

Advertisement

ଭୁବନେଶ୍ୱର: କରମଣ୍ଡଳ ରେଳ ଦୁର୍ଘଟଣା ପରେ ମୃତଦେହକୁ ବାହନଗା ହାଇସ୍କୁଲରେ ରଖାଯାଇଥିଲା । ତେବେ ସେହି ବିଦ୍ୟାଳୟକୁ ଅବିଭାବକମାନେ ପିଲାମାନଙ୍କୁ ପାଠ ପଢିବା ଲାଗି ଛାଡୁନାହନ୍ତି । ଏନେଇ ଆଜି ପ୍ରଶାସନ ବିଦ୍ୟାଳୟକୁ ଭାଙ୍ଗୁଛି । ସ୍ଲୁଲ ପରିଚାଳନା କମିଟି ଉପସ୍ଥିତିରେ ସ୍କୁଲ ଘରକୁ ଭଙ୍ଗା ଯାଉଛି ।

ସୂଚନାଯୋଗ୍ୟ ଯେ ଗତ ୨ ତାରିଖରେ ବାହନଗା ରେଳ ଷ୍ଟେସନ ଠାରେ ସଂଗଠିତ ଭୟାବହ ରେଳ ଦୂର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ମରଶରୀରକୁ ସମୟିକ ଭାବରେ ବାହନଗା ହାଇସ୍କୁଲରେ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ଶବ ଗୁଡିକୁ ଅନ୍ୟତ୍ର ନିଆଯାଇ ସ୍କୁଲ ବିଶୋଧନ କରାଯାଇଥିଲେ ମଧ୍ୟ ଛାତ୍ରଛାତ୍ରୀ, ଶିକ୍ଷକ, ଜନସାଧାରଣଙ୍କ ମଧ୍ୟରେ ଭୟ ରହିଛି । ତେଣୁ ସ୍କୁଲ ଭାଙ୍ଗି ଏହାର ପୁନଃନିର୍ମାଣ ସମ୍ପର୍କରେ ବିଭିନ୍ନ ମହଲରେ ଦାବି ହୋଇଥିଲା ।

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶକ୍ରମେ ମୁଖ୍ୟ ସାଚନ ସଚିବ ଶ୍ରୀ ପ୍ରଦୀପ ଜେନା, ମୁଖ୍ୟମନ୍ତ୍ରୀଙ୍କ 5-T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ, ସ୍କୁଲ ଗଣଶିକ୍ଷା ସଚିବ ଏସ୍. ଅଶ୍ୱସ୍ତି ଭିଡିଓ କନ୍‌ ଫରେନ୍ସିଂ ଯୋଗେ ବାଲେଶ୍ୱର ଜିଲ୍ଲାପାଳ, ସ୍କୁଲ ପରିଚାଳନା କମିଟିର ସଦସ୍ୟବୃନ୍ଦ, ପଞ୍ଚାୟତ ପ୍ରତିନିଧୀ, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ। ବାହାନଗା ବିଦ୍ୟାଳୟ ଭଙ୍ଗାଯିବା ପରେ ଏହାକୁ ୫-ଟି ଆଧାରରେ ପୁନଃନିର୍ମାଣ କରାଯିବ । ସ୍କୁଲ ପରିସରରେ ଥିବା ପ୍ରାଥମିକ ସ୍କୁଲ ସଂପୂର୍ଣ୍ଣ ଭଙ୍ଗାଯିବ । ବିଦ୍ୟାଳୟ ସଂପୂର୍ଣ୍ଣ ଭଙ୍ଗାଯିବା ସହ ହାଇସ୍କୁଲର ପୁନଃନିର୍ମାଣ ହେବ ।

ବାହାନଗା ଟ୍ରାଜେଡି ପରେ ମୃତଦେହ ସ୍କୁଲ ଘରେ ରଖାଯାଇଥିଲା । ଏହାକୁ ନେଇ ପିଲାମାନେ ଭୟଭୀତ ହେଉଥିବାରୁ ପଦକ୍ଷେପ ନିଆଯାଇଛି । ସେହିଦିନର ଭୟଙ୍କର ଦୃଶ୍ୟ ଏବେବି ଛାତ୍ରଛାତ୍ରୀ ଅଭିବାବକ ଓ ଶକ୍ଷକ ଶିକ୍ଷୟତ୍ରୀମାନଙ୍କ ମନରେ ଭୟ ସୃଷ୍ଟି କରିଛି ଏବଂ ସେମାନେ ସମସ୍ତେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ତେଣୁ ପିଲାମାନଙ୍କର ମାନସିକ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ବାହନଗା ହାଇସ୍କୁଲ ଓ ଏହାର ପରିସରରେ ଥିବା ପ୍ରାଥମିକ ଓ ଏଲିମେଣ୍ଟାରୀ ସ୍କୁଲକୁ ଭାଙ୍ଗି ତା’ର ପୁନଃନିର୍ମାଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

Get real time updates directly on you device, subscribe now.