fbpx

ଗଜପତିରେ ୫୦୦ ଲୋକଙ୍କୁ ସ୍ଥାନାନ୍ତର

ଗଜପତି,୧୩ ।୧୦(ଓଡିଶା ଭାସ୍କର): ଲଘୁଚାପ ପ୍ରଭାବରେ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି । ଏନେଇ ପାହାଡିଆ ଅଞ୍ଚଳରୁ ୫୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଲୋକଙ୍କୁ ସ୍ଥାନାନ୍ତର କରି ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଥିବା ସୂଚନା ମିଳିଛି । ତେବେ ଲୋକଙ୍କୁ ସ୍ଥାନାନ୍ତର ପାଇଁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । ଗଜପତିରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି  ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଗଜପତିର ୪ଟି ବ୍ଲକ ଯଥା- ଉଦୟଗିରି, ରାୟଗଡ଼, ଗୁମ୍ମା ଓ କାଶୀନଗରରୁ ୫୦୦ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି ।

Get real time updates directly on you device, subscribe now.