fbpx

କେରଳ ସରକାରଙ୍କ ଐତିହାସିକ ପଦକ୍ଷେପ: ଭାଲେଣ୍ଟାଇନ ଡେ’ରେ ସମଲିଙ୍ଗୀ ବିବାହକୁ ମିଳିବ ସ୍ୱୀକୃତି

ଥିରୁଅନନ୍ତପୁରମ୍‌: ଦେଶରେ ପ୍ରଥମଥର ପାଇଁ କେରଳ ସରକାର ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେବାକୁ ଯାଉଛନ୍ତି । ଫେବୃଆରୀ ୧୪ ତାରିଖ ଭାଲେଣ୍ଟାଇନ ଡେ’ ଅବସରରେ ଏକ ସମଲିଙ୍ଗୀ ଯୋଡି ବିବାହ କରିବାକୁ ରେଜେଷ୍ଟ୍ରୀ ମ୍ୟାରେଜ ମାଧ୍ୟମରେ ସ୍ୱୀକୃତି ଦେବେ କେରଳ ସରକାର । ପୁର୍ବରୁ ଦେଶରେ ଅନେକ ସମଲିଙ୍ଗୀ ବିବାହ ହୋଇଛି । ହେଲେ ସେମାନେ ତାଙ୍କର ବିବାହକୁ ମହିଳା ଓ ପୁରୁଷ କାଟାଗୋରୀରେ ପଞ୍ଜିକରଣ କରିଛନ୍ତି । ଭାରତରେ କିନ୍ନର ମାନଙ୍କ ଅଧିକାର ପାଇଁ ୨୦୧୯ ରେ ତୃତୀୟ ଲିଙ୍ଗ ବ୍ୟକ୍ତି ଅଧିକାର ସଂରକ୍ଷଣ ୨୦୧୯ ନାମକ ଏକ ଆଇନ ପ୍ରଣୟନ କରାଯାଇଥିଲା । ଏହି ଆଇନ ଲାଗୁ ହେବା ପରେ ଏବେ ବି ଦେଶରେ ତୃତୀୟ ଲିଙ୍ଗୀଙ୍କୁ ସାମାଜିକ ନ୍ୟାୟ ମିଳିବାରେ ବିଳମ୍ବ ହୋଇଛି । ଦେଶରେ କୌଣସି ସମଲିଙ୍ଗୀ ବିବାହାକୁ ଆଇନ ସ୍ୱିକୃତି ମିଳି ନାହିଁ ।

ସୂଚନାଯୋଗ୍ୟ, କେରଳରେ ମନୁ ଓ ଶୟାମା ବହୁ ଦିନ ଆଗରୁ ପରସ୍ପର ସହ ପରିଚିତ ଥିବା ବେଳେ ମନୁ ୪ ବର୍ଷ ପୂର୍ବରୁ ଶୟାମାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ହେଲେ ଶୟାମା ନିଜ ପରିବାର ମୁତାବକ ବିବାହ ପାଇଁ ସହମତି ପ୍ରକାଶ କରିବାକୁ ଡେରି କରିଦେଇଥିଲେ । ଗତବର୍ଷ ଶୟାନା ବିବାହ ପାଇଁ ରାଜି ହୋଇଥିବାରୁ କରୋନା ମହାମାରୀ ପାଇଁ ଏହି ବିବାହ ଡେରି ହୋଇଛି । ତେବେ କେରଳ ସରକାରଙ୍କ ସ୍ୱୀକୃତି କ୍ରମେ ଚଳିତ ମାସ ଫେବୃଆରୀ ୧୪ ତାରିଖ ଏହି ବିବାହ ଅନୁଷ୍ଠିତ ହେବ ।

Get real time updates directly on you device, subscribe now.