ପ୍ୟାରିସରେ ଉଡିବ ତ୍ରିରଙ୍ଗା, ସିନ୍ଧୁ – ଶରତ ଉଦଘାଟନୀ ସମାରୋହରେ ଧରିବେ ଭାରତର ଧ୍ୱଜା

ଓଡିଶା ଭାସ୍କର: ଭାରତର ଶୀର୍ଷ ମହିଳା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ପ୍ୟାରିସ ଅଲମ୍ପିକ୍ସରେ ମହିଳା ଧ୍ୱଜାବାହକ ରହିବେ । ସେପଟେ ପ୍ୟାରିସ ଅଲମ୍ପିକ୍ସରେ, ଲଣ୍ଡନ ଅଲମ୍ପିକ୍ସରେ କାଂସ୍ୟ ଜିତିଥିବା ବନ୍ଧୁକଚାଳକ ଗଗନ ନାରଙ୍ଗ ବକ୍ସର ମେରିକମ୍‌ଙ୍କ ସ୍ଥାନରେ ଗ୍ରୀଷ୍ମକାଳୀନ ଅଲମ୍ପିକ୍ସ ପାଇଁ ଭାରତର ‘ଶେଫ- ଡି- ମିଶନ’ ଭାବରେ କାର୍ଯ୍ୟଭାର ସମ୍ଭାଳିବେ । ଭାରତୀୟ ଅଲମ୍ପିକ୍ସ ସଂଘର ଅଧ୍ୟକ୍ଷ ପିଟି ଉଷା କହିଛନ୍ତି ଯେ, ମେରିକମଙ୍କ ଇସ୍ତଫା ପରେ ନାରଙ୍ଗଙ୍କୁ ଏହି କାର୍ଯ୍ୟ ଦେବାରେ ଏକ ସୁନ୍ଦର ବିକଳ୍ପ ହୋଇ ପାରିଲା । ମେରିକମଙ୍କ ସ୍ଥାନରେ ସେ ହିଁ ସବୁଠୁ ଭଲ ବିକଳ୍ପ ବୋଲି ପିଟି ଉଷା ଜଣାଇଛନ୍ତି ।

ସେପଟେ ପିଟି ଉଷା ଆହୁରି କହିଛନ୍ତି ଯେ, ବ୍ୟାଡମିଣ୍ଟନ ଷ୍ଟାର ସିନ୍ଧୁଙ୍କ ସହ ଟେବୁଲ ଟେନିସର ହିରୋ ଶରତ କମଲ ଭାରତର ଧ୍ୱଜାବହାକ ରୂପେ କାର୍ଯ୍ୟ କରିବେ । ସେ ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି । ଏହି ଯୋଡି ଭାରତ ପାଇଁ ଧ୍ୱଜା ଧରି ଭାରତକୁ ଗୌରାବାନ୍ୱିତ କରିବେ । ଅନ୍ତରାଷ୍ଟ୍ରୀୟ ଅଲମ୍ପିକ୍ସ ସଂଘ ଏଥର ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଧ୍ୱଜା ଧରିବା କାର୍ଯ୍ୟ ପାଇଁ ଅନୁମତି ଦେଇଛି । ଫଳରେ ଏ ଦୁହେଁ ଭାରତ ପକ୍ଷରୁ ଉଦଘାଟନୀ ସମାରୋହରେ ଧ୍ୱଜା ଧରିବେ ।

ଟୋକିଓ ଅଲମ୍ପିକ୍ସରେ ଭାରତ ପକ୍ଷରୁ ବକ୍ସର ମେରିକମ୍ ଓ ଭାରତର ପୂର୍ବତନ ହକି ଅଧିନାୟକ ମନପ୍ରୀତ ସିଂ ଧ୍ୱଜା ଧରିଥିଲେ । ସେପଟେ ପିଟି ଉଷା କହିଛନ୍ତି ଯେ ଏଥର ଭାରତ ପ୍ୟାରିସ ଅଲମ୍ପିକ୍ସରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବ । ପ୍ରକାଥାଉ ଯେ, ପ୍ୟାରିସ ଅଲମ୍ପିକ୍ସ ୨୭ ଜୁଲାଇରୁ ଆରମ୍ଭ ହୋଇ ୧୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ ।