(Video) ହିନ୍ଦୁ ପର୍ବ ଉପରେ ଆକ୍ରମଣ: ମହାକୁମ୍ଭରେ ଦେଖିବାକୁ ମିଳିଲା ଚିନ୍ତାଜନକ ଘଟଣା
ମହାକୁମ୍ଭ ଦେଶର ଗୌରବ । ଉଭୟ ସରକାର ଓ ପ୍ରଶାସନ ଏ ନେଇ ଯତ୍ନବାନ ହେବା ଆବଶ୍ୟକ । ଶ୍ରଦ୍ଧାଳୁଙ୍କ ଟ୍ରେନକୁ ପଥର ମାଡ଼ କଲେ ଦୁର୍ବୃତ୍ତ ।
ପୁଣେ: ହିନ୍ଦୁ ପର୍ବପର୍ବାଣୀ ଏବଂ ଧାର୍ମିକ କାର୍ଯ୍ୟକ୍ରମ ଶତାଧିକ ବର୍ଷ ହେବ ପାଳନ କରାଯାଉଛି । ଯାହା ହିନ୍ଦୁ ପରମ୍ପରା ଓ ସମ୍ପୃଦ୍ଧ ସଂସ୍କୃତିକୁ ଦର୍ଶାଇଥାଏ । ଅନେକ ସମୟରେ ହିନ୍ଦୁ ପର୍ବପର୍ବାଣୀ ଉପରେ ଆକ୍ରମଣ କରାଯାଉଥିବା ଦେଖିବାକୁ ମିଳିଛି । ନିକଟରେ ଜାନୁଆରୀ ୧୨ ତାରିଖରେ କେତେଜଣ ଶ୍ରଦ୍ଧାଳୁ ତପ୍ତି-ଗଙ୍ଗା ଏକ୍ସପ୍ରେସ୍ରେ ପ୍ରୟାଗରାଜ ମହାକୁମ୍ଭକୁ ଯାଉଥିଲେ । ଟ୍ରେନଟି ଯାଉଥିବାବେଳେ ଜଲଗାଓ ନିକଟରେ ଚଳନ୍ତା ଟ୍ରେନ ଉପରକୁ ପଥର ମାଡ଼ କରାଯାଇଥିଲା । ଯାହା ହିନ୍ଦୁ ପର୍ବ ଉପରେ କରାଯାଉଥିବା ଆକ୍ରମଣର ଜ୍ୱଳନ୍ତ ଉଦାହରଣ ।
ଡରିଗଲେ ଭକ୍ତ: ତପ୍ତି-ଗଙ୍ଗା ଏକ୍ସପ୍ରେସ ଉପରେ ଢେଲା ମାଡ଼ କାରଣରୁ ଟ୍ରେନରେ ଥିବା ଯାତ୍ରୀ ଭୟଭୀତ ହୋଇପଡ଼ିଥିଲେ । ପଥରମାଡ଼ରେ ଟ୍ରେନର ଝରକା କାଚ ଭାଙ୍ଗି ଯାଇଥିବାବେଳେ ତା’ ପାଖରେ ବସିଥିବା ଜଣେ ଯାତ୍ରୀ ଏକ ଭିଡିଓ କରିଥିଲେ । ଯେଉଁଥିରେ ଶ୍ରଦ୍ଧାଳୁଙ୍କ ଟ୍ରେନ ଯାତ୍ରାରେ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବା ଲାଗି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରେଳମନ୍ତ୍ରୀ ଏବଷ୍ରାଜ୍ୟ ପ୍ରଶାସନକୁ ଅପିଲ୍ କରିଥିଲେ ।
ତପ୍ତି-ଗଙ୍ଗା ଏକ୍ସପ୍ରେସ୍ ପ୍ରଥମ ଟ୍ରେନ୍ ଥିଲା, ଯାହା ଭକ୍ତମାନଙ୍କୁ ଟ୍ରେନ୍ ଯୋଗେ ପ୍ରୟାଗରାଜ ମହାକୁମ୍ଭରେ ପହଞ୍ଚାଉଥିଲା । କିଛି ବ୍ୟକ୍ତି ଆମ ଉପରକୁ ପଥର ମାଡ଼ କରିଛନ୍ତି, ଯେଉଁ କାରଣରୁ ଯାତ୍ରୀଙ୍କୁ ସୁରକ୍ଷା ଯୋଗାଇ ଦେବା ଲାଗି ବ୍ୟକ୍ତି ଜଣକ କହିଥିଲେ ।
The train full of Hindu devotees going to #MahaKumbh was attacked in Jalgaon.
Some “miscreants” pelted stones at it.Not a single Hindu festival or pilgrimage passes without facing an attack! pic.twitter.com/SfWu3w6d0G
— Mr Sinha (@MrSinha_) January 12, 2025
ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ୨୦୨୪ରେ ଅଯୋଧ୍ୟା ଯାଉଥିବା ଟ୍ରେନ୍ ପାଇଁ ରେଳଧାରଣା ଅବରୋଧ କରିଥିଲେ କିଛି ଦୁବୃର୍ତ୍ତ । ସେହିବର୍ଷ ଅକ୍ଟୋବରରେ ଉତ୍ତରପ୍ରଦେଶ ବାହରେଚରେ ହିନ୍ଦୁ ପ୍ରଶେସନରେ ୨୨ ବର୍ଷିୟ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା ।
ଜାତୀୟ ସଂସ୍କୃତିର ସୁରକ୍ଷା: ଏଭଳି ଘଟଣା ରାଜନୀତି ଏବଂ ପ୍ରଶାସନର ଅପାରଗତାକୁ ଦର୍ଶାଉଛି । ବହୁ ରାଜ୍ୟ ସରକାର ଭୋଟବ୍ୟାଙ୍କ ପଲିଟିକ୍ସ ପାଇଁ ହିନ୍ଦୁ ପୂଜା ପାର୍ବଣ ଉପରେ ପ୍ରତିବନ୍ଧକ ଲଗାଉଛନ୍ତି । ୨୦୨୨ରେ ପଶ୍ଚିମବଙ୍ଗରେ କେବଳ ଗୋଷ୍ଠୀ କନ୍ଦଳକୁ ନଜରରେ ରଖି ଉଭୟ ଦୁର୍ଗା ମୂର୍ତ୍ତୀ ପ୍ରଶେସନ ଏବଂ ମହରମ ପ୍ରଶେସନ ବନ୍ଦ କରାଯାଇଥିଲା ।
ରେଳଲାଇନ୍ ଅବରୋଧ ସାଙ୍ଗକୁ ଅସାମାଜିକ କାର୍ଯ୍ୟକଳାପ ଜାତୀୟ ସୁରକ୍ଷା ପାଇଁ ବଡ଼ ବିପଦ ସୃଷ୍ଟି କରୁଛି । କୁମ୍ଭମେଳା ଦେଶର ଗୌରବ । ଆସ୍ଥା ଓ ବିଶ୍ୱାସର ସହିତ ସାରା ବିଶ୍ୱରୁ ଲକ୍ଷ ଲକ୍ଷ ଲୋକ ଏଠାକୁ ଛୁଟିଆସୁଛନ୍ତି । ଶ୍ରଦ୍ଧାଳୁମାନଙ୍କ ଉପରକୁ ଆକ୍ରମଣ ଭାରତର ସଂସ୍କୃତି ସାମାଜିକ ଶୃଙ୍ଖଳାରେ ବ୍ୟାଘାତ ସୃଷ୍ଟି କରୁଛି ।
Multiple coaches were attacked.. Passengers are claiming that it was a targeted attack because the train was going to Mahakumbh.. https://t.co/FEMTBkOqL6 pic.twitter.com/Zqe6Mavi7x
— Mr Sinha (@MrSinha_) January 12, 2025