fbpx

ଆଜି ତ୍ରିପୁରାରେ ଶୁଭିବ ମୋଦୀଙ୍କ ରଣହୁଙ୍କାର, ନିର୍ବାଚନ ସଭାକୁ କରିବେ ସମ୍ବୋଧନ

ନୂଆଦିଲ୍ଲୀ:ତ୍ରିପୁରାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଯାହା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ତ୍ରିପୁରା ଗସ୍ତରେ ଆସୁଛନ୍ତି । ତ୍ରିପୁରାରେ ମୋଦୀ ଦୁଇଟି ନିର୍ବାଚନ ସଭାକୁ ସମ୍ବୋଧିତ କରିବେ। ଏହି ନିର୍ବାଚନ ବୈଠକ ତ୍ରିପୁରାର ଅମ୍ବାସା ଏବଂ ଗୋମଟିରେ ଅନୁଷ୍ଠିତ ହେବ। ଫେବୃଆରୀ ୧୬ ରେ ରାଜ୍ୟରେ ୬୦ ସଦସ୍ୟ ବିଶିଷ୍ଟ ବିଧାନସଭା ପାଇଁ ମତଦାନ ହେବ।

ମୁଖ୍ୟମନ୍ତ୍ରୀ ମାଣିକ ସାହା, ବିଜେପିର ରାଜ୍ୟ ନିର୍ବାଚନ ଦାୟିତ୍ୱରେ ଥିବା ମହେଶ ଶର୍ମା ଏବଂ ଦଳର ରାଜ୍ୟ ୟୁନିଟ୍ ସଭାପତି ରାଜୀବ ଭଟ୍ଟାଚାର୍ଯ୍ୟ ଏଠାରେ ମହାରାଜା ବୀର ବିକ୍ରମ (ଏମବିବି) ବିମାନବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବେ। ସେ କହିଛନ୍ତି ଯେ ମଧ୍ୟାହ୍ନ ପ୍ରାୟ୧୨ ଟା ବେଳେ ଧଲାଇ ଜିଲ୍ଲାର ଅମ୍ବାସା ଠାରେ ପ୍ରଥମ ସମାବେଶକୁ ସମ୍ବୋଧିତ କରିବେ। ଏହା ପରେ ୩ଟାରେ ଗୋମତି ଠାରେ ଦ୍ୱିତୀୟ ରାଲିକୁ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି ।

ସୂଚନାମୁତାବକ ନିର୍ବାଚନ ପ୍ରଚାର ପାଇଁ ବିଜେପିର ଅନେକ ବଡ ଚେହେରା କ୍ରମାଗତ ଭାବରେ ରାଜ୍ୟରେ ପହଞ୍ଚୁଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ ଶାହା ମଧ୍ୟ ତ୍ରିପୁରାରେ ଦୁଇଟି ରାଲି ଏବଂ ଏକ ରୋଡ୍ ସୋ କରିଥିଲେ। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏଠାରେ ଜୋରଦାର ପ୍ରଚାର କରିଛନ୍ତି। ଏହି ସମୟରେ ରାଜ୍ୟରେ ରାଜନୈତିକ ବାତାବରଣ ଗରମ ରହିଛି।

ସୂଚନାଥାଉକି ଫେବୃଆରୀ ୧୬ରେ ତ୍ରିପୁରାର ୬୦ ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ମେଘାଳୟ ଏବଂ ନାଗାଲାଣ୍ଡରେ ୨୭ ଫେବୃଆରୀରେ ମତଦାନ ହେବ। ମାର୍ଚ୍ଚ ୨ ରେ ସମସ୍ତ ତିନୋଟି ରାଜ୍ୟ ପାଇଁ ଭୋଟ୍ ଗଣନା ଏକକାଳୀନ ଅନୁଷ୍ଠିତ ହେବ। ବିଜେପି ୫୫ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ବାକି ପାଞ୍ଚଟି ଆସନକୁ ତ୍ରିପୁରା ଇଣ୍ଡିଜେନ୍ସ ପିପୁଲ୍ସ ଫ୍ରଣ୍ଟ (ଆଇପିଏଫଟି) ପାଇଁ ଛାଡିଛି।

Get real time updates directly on you device, subscribe now.