fbpx

ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଗହମ ବୋଝେଇ ଟ୍ରକ, ଅଲ୍ପକେ ବର୍ତ୍ତିଗଲେ ଡ୍ରାଇଭର ଓ ହେଲ୍ପର

ବ୍ୟାସନଗର (ଓଡ଼ିଶା ଭାସ୍କର): ଯାଜପୁର ଜିଲ୍ଲାର ପାଣିକୋଇଲି ଥାନା ଗୋଳେଇପୁର ପଞ୍ଚାୟତ ବଡ଼ ତ୍ରିଲୋଚନପୁର ଗାଁ ନିକଟ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଏକ ଗହମ ବୋଝେଇ ଟ୍ରକ ଓଲଟିଡିଛି । ଏଥିରେ ଡ୍ରାଇଭର ଓ ହେଲ୍‌ର ଅଲ୍ପକେ ବର୍ତ୍ତିଯାଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଗହମ ଗାଡିଟି ପଶ୍ଚିମବଙ୍ଗରୁ ଖୋର୍ଦ୍ଧା ଯାଉଥିଲା । ଜାତୀୟ ରାଜପଥର ଏହି ସ୍ଥାନରେ ସମ୍ପ୍ରସାରଣ କାର୍ଯ୍ୟ ଚାଲୁ ରହିଥିବାରୁ ଅନ୍ୟ ଏକ ଗାଡି ଏହି ଗହମ ଗାଡିଟିକୁ ସାଇଡ୍‌ ମାରିବାରୁ ଏହା ଦୁର୍ଘଟଣାର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଏକ ପାଖିଆ ଗାଡ଼ିଗୁଡିକୁ ଛଡ଼ାଯାଉଥିବାରୁ ଭିଡ଼ ଏବଂ ବର୍ଷାରେ ରାସ୍ତାର ଅଧିକାଂଶ ସ୍ଥାନରେ ମାଟି ଦବି ଯାଇଥିବାରୁ ବାରମ୍ବାର ଏହିଭଳି ଘଟଣା ଘଟୁଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଗହମବସ୍ତା ଗୁଡ଼ିକ ସ୍ଥାନୀୟ ଲୋକଙ୍କ ସହଯୋଗରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଏଥିରେ କେହି ମୃତାହତ ହୋଇନଥିବା ପୋଲିସ ସୂଚନା ଦେଇଛି ।

Get real time updates directly on you device, subscribe now.