fbpx

Truecaller ଆଣିଲା ଏକ ନୂଆ AI ଫିଚର, ଏଣିକି ୟୁଜର୍ସ କ୍ରିଏଟ କରିପାରିବେ ନିଜ ଡିଜିଟାଲ ଭଏସ

Advertisement

ନୂଆଦିଲ୍ଲୀ: Truecaller Appକୁ ଅଧିକାଂଶ ଲୋକେ ବ୍ୟବହାର କରନ୍ତି । ଏହି ଆପ ଆମକୁ ସ୍ପାମ କଲ୍ସରୁ ରକ୍ଷା କରିଥାଏ । ବର୍ତ୍ତମାନ Truecaller ନିଜ ୟୁଜର୍ସଙ୍କ ପାଇଁ ଏକ ଭଲ ଏଆଇ ଫିଚର ଇଣ୍ଟ୍ରୋଡ୍ୟୁସ କରିଛି । ଏଥିପାଇଁ Truecaller App ମାଇକ୍ରୋସଫ୍ଟ ସହ ପାର୍ଟନରସିପ କରିଛି । ବର୍ତ୍ତମାନ Truecaller  ୟୁଜର୍ସଙ୍କୁ କଲ୍ ଆଇଡେଣ୍ଟିଫିକେସନ ସହ ନିଜ ରେପ୍ଲିକା ଭଏସ ପିଚରରେ କନଭର୍ଟ କରିବାର ଫିଚର ମିଳିବ । ଟ୍ରୁକଲରର ଏହି ଫିଚରକୁ କିଛି ଦେଶରେ ହିଁ ରୋଲ ଆଉଟ କରାଯାଇଛି । ଖୁବଶିଘ୍ର ଏହାକୁ ଅନେକ ଦେଶରେ ମଧ୍ୟ ରୋଲ ଆଉଟ କରାଯିବ ।

Truecaller କହିଛି ଯେ, Microsoft ର ପର୍ସନାଲ assistantକୁ ବ୍ୟବହାର କରି ୟୁଜର୍ସ ନିଜର ଭଏସକୁ ଡିଜିଟାଲୀ କନଭର୍ଟ କରିପାରିବ । Truecaller ଏଆଇ ଆସିଷ୍ଟାଣ୍ଟକୁ ସେପ୍ଟେମ୍ବର ୨୦୨୨ରେ ଲଞ୍ଚ କରିଥିଲା । ଏହାପରେ କମ୍ପାନୀ ନିଜ ଚାଟବୋଟରେ ଅନେକ ଫିଚର୍ସ ଯୋଡିଛି, ଯେଉଁଥିରେ କଲ ସ୍କ୍ରିନିଂ, କଲ ରେସ୍ପଣ୍ଡ ଆଦି ସାମିଲ କରିଛି । AI assistant ୟୁଜର୍ସଙ୍କ ସ୍ୱରରେ କଲ ର ଉତ୍ତର ଦେଇପାରିବ । Microsoftର Azure AI ର ସ୍ପିଚ ଫଙ୍କସନ ସହାୟତାରେ ୟୁଜର୍ସ ନିଜ ସ୍ୱରକୁ ଟ୍ରୁ-କଲରର ଭଏସ ଆସିଷ୍ଟାଣ୍ଟ ତିଆରି କରିପାରେ ।

Truecaller ପ୍ରଥମେ ନିଜ AI Voice Assistantରେ କେବଳ ସିମିତ ସ୍ୱରର ଅଫର କରୁଥିଲା କିନ୍ତୁ ମାଇକ୍ରୋସଫ୍ଟ ସହ ମିଶି ଏହାକୁ ଅପଗ୍ରେଟ କରିଦିଆଯାଇଛି । ଏହି କାରଣରୁ ବର୍ତ୍ତମାନ ୟୁଜର୍ସ ନିଜ ସ୍ୱରକୁ ଟ୍ରୁ କଲ ଆପର ଭଏସ ଆସିଷ୍ଟାଣ୍ଟ କରିପାରିବେ । ଏଥିରେ ଯଦି କୌଣସି କଲ କରିବେ ତେବେ ଏହାକୁ ୟୁଜର୍ସଙ୍କ ସ୍ୱରରେ ହିଁ ଉତ୍ତର ମିଳିବ । ଏହି ଫିଚର ଭଏସମେଲ ପରି କାମ କରିବ ।

ଏହି ଷ୍ଟେପ୍ ଦ୍ୱାରା କରନ୍ତୁ ନିଜ ଏଆଇ ଭଏସ ସେଟ:
-ଏଥିପାଇଁ ଆପଣଙ୍କ ପାଖରେ Truecaller ର ପ୍ରିମିୟମ ସବସ୍କ୍ରିପସନ ହେବା ଆବଶ୍ୟକ ଅଟେ, ନଚେତ ଏହି ସବସ୍କ୍ରିପସନକୁ କିଣି ନିଅନ୍ତୁ ।
-ଏହାପରେ ନିଜ appକୁ ଓପନ କରି ସେଟିଙ୍ଗକୁ ଯାଆନ୍ତୁ ।
-Assistant Settingsରେ ଯାଆନ୍ତୁ ।
-ଏହାପରେ ଆପଣଙ୍କୁ ପର୍ସନାଲ ଭଏସ ସେଟ କରିବାର ଅପସନ ମିଳିବ ।
-ଇନଷ୍ଟ୍ରକସନକୁ ଫଲୋ କରି ନିଜ ଭଏସ ରେକର୍ଡ କରିପାରିବେ ।
-ଭଏସ ରେକର୍ଡ କରିବା ପରେ ଆପଣ ଏହାକୁ ଅପଲୋଡ କରନ୍ତୁ ।
-ଏହିପରି ଆପଣଙ୍କ ଡିଜିଟାଲ ଭଏସ କ୍ରିଏଟ ହୋଇଯିବ ।

Get real time updates directly on you device, subscribe now.