ଆଲାସ୍କାରେ ଟ୍ରମ୍ପ-ପୁଟିନଙ୍କ ଆଲୋଚନା ବିଫଳ, ଏବେ ଜେଲେନସ୍କିଙ୍କ ସହ କଥା ହେବେ ଟ୍ରମ୍ପ, କେବେ ବନ୍ଦ ହେବ ଯୁଦ୍ଧ

କି ପ୍ଲାନ୍ କରୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ?

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ମୁଣ୍ଡରେ ଚାଲିଛି କି ପ୍ଲାନ୍?  ଦୀର୍ଘ ଦିନ ଧରି ରୁଷିଆ ଏବଂ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଗୋଟେ ପଟେ ଥମିବାର ନାଁ ଧରୁନଥିବା ବେଳେ, ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଏହି ଯୁଦ୍ଧକୁ ବନ୍ଦ କରିବା ପାଇଁ ପ୍ରାଣପଣେ ଚେଷ୍ଟା ଜାରି ରଖିଛନ୍ତି।

ସେଥିପାଇଁ ତ ନିକଟରେ ଆଲାସ୍କାରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟ୍ରମ୍ପ ଆଲୋଚନା କରିଥିଲେ ହେଲେ କିଛି ସୁଫଳ ମିଳିଲାନି। ସେଥିପାଇଁ ଏବେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହେବାକୁ ମନ ବଳାଇଛନ୍ତି ଟ୍ରମ୍ପ।

ଟ୍ରମ୍ପଙ୍କ ସହ ଜେଲେନସ୍କିଙ୍କ ଆଲୋଚନା: ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ସୋମବାର ଦିନ ୱାଶିଂଟନ ଯାତ୍ରା କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ “ଯୁଦ୍ଧ ସମାପ୍ତ” କରିବା ବିଷୟରେ ଆଲୋଚନା କରିବେ।ଶନିବାର ଦିନ ୟୁକ୍ରେନ ରାଷ୍ଟ୍ରପତି ଏନେଇ ଘୋଷଣା କରିଛନ୍ତି।

ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ ସେ ସୋମବାର ଦିନ ୱାଶିଂଟନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବାକୁ ଯାଉଛନ୍ତି।

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟ୍ରମ୍ପଙ୍କ ସମ୍ମିଳନୀ ପରେ। ଜେଲେନସ୍କି କହିଛନ୍ତି ଯେ ଗତ ଶନିବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ପୁଟିନଙ୍କ ସହ ଆଲାସ୍କାରେ ଆଲୋଚନା ହୋଇଥିଲା ସତ କିନ୍ତୁ କିଛି ଚୁକ୍ତି ହୋଇପାରିଲା ନାହିଁ।

ପରେ ଟ୍ରମ୍ପ ପୁଟିନଙ୍କ ପାଖରୁ ଫେରିବା ପରେ ଜେଲେନସ୍କିଙ୍କ ସହ ମଧ୍ୟ ଦୀର୍ଘ ସମୟ ଧରି ଏ ବିଷୟରେ ଆଲୋଚନା କରିଥିଲେ। ଯାହାକୁ ଫଳପ୍ରଦ କରିବା ପାଇଁ ଆସନ୍ତା ଅଗଷ୍ଟ ୧୮ ତାରିଖ ସୋମବାର ଦିନ ଦୁଇ ରାଷ୍ଟ୍ରପତି ବସି କଥା ହେବେ।

ଟ୍ରମ୍ପ କ’ଣ କହିଲେ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆଲାସ୍କା ସମ୍ମିଳନୀକୁ ଆଗକୁ ବଢ଼ାଇବା ଏବଂ ରୁଷର ୩ ବର୍ଷର ଆକ୍ରମଣକୁ ସମାପ୍ତ କରିବା ପାଇଁ ଯେ କୌଣସି ଚୁକ୍ତି ଏବେ ୟୁକ୍ରେନ ରାଷ୍ଟ୍ରପତିଙ୍କ ଉପରେ।  ସିଏ ଯେଉଁ ନିଷ୍ପତ୍ତି ନେବେ ଯୁଦ୍ଧ ସେଇ ମୋଡ଼ ନେବ।