ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପଙ୍କ ରାଲି ସମୟରେ କ’ଣ ଭୁଲ୍ ହୋଇଥିଲା ବୋଲି ହୋମଲାଣ୍ଡ ସିକ୍ୟୁରିଟି ସେକ୍ରେଟାରୀ ଆଲେଜାନ୍ଦ୍ରୋ ମେୟରକାସ୍ ସାମ୍ବାଦିକମାନଙ୍କୁ କହିଛନ୍ତି। ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ଉପରେ ଏଭଳି ସିଧାସଳଖ ନଜର ରଖିବା ଠିକ୍ ନୁହେଁ ଏବଂ ଏକ ସ୍ୱାଧୀନ ସମୀକ୍ଷାର ଅଂଶ ଭାବରେ ଏହି ଘଟଣାର ତଦନ୍ତ କରାଯାଉଛି ବୋଲି ସେ ଏବିସି ନ୍ୟୁଜକୁ କହିଛନ୍ତି। ଗତକାଲି ରାଷ୍ଟ୍ରପତି ଜୋ ବାଇଡେନ ଏହା ଘୋଷଣା କରିଥିଲେ।
ୟୁଏସ୍ ସିକ୍ରେଟ୍ ସର୍ଭିସ୍ ମଧ୍ୟ ଏକ ବିବୃତ୍ତିରେ କହିଛି ଯେ ସେମାନେ ତଦନ୍ତର ଗୁରୁତ୍ୱବୁଝିଛନ୍ତି ଏବଂ ଏଥିରେ ସମ୍ପୂର୍ଣ୍ଣ ଭାବେ ସାମିଲ ହେବେ। ଡୋନାଲ୍ଡ ଟ୍ରମ୍ପ ଶନିବାର ପେନ୍ସିଲଭେନିଆରେ ଏକ ରାଲିରେ ଯୋଗ ଦେଉଥିବା ବେଳେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଛାତଠାରୁ ପ୍ରାୟ ୧୩୦ ମିଟର ଦୂରରେ ଥିବା ରାଇଫଲରୁ ଆକ୍ରମଣକାରୀ ଟ୍ରମ୍ପଙ୍କ ଉପରକୁ ଗୁଳି ଚଳାଇଥିଲେ। ତେବେ ଶେଷରେ ଆକ୍ରମଣକାରୀ କେମିତି ସେଠାରେ ପହଞ୍ଚିଲା ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।