ନିର୍ବାଚନ ଜିତିବା ମାତ୍ରେ ଆକ୍ସନ ମୋଡରେ ଟ୍ରମ୍ପ, ୪୮ ଲକ୍ଷ ଭାରତୀୟଙ୍କ ପାଇଁ ହେବ ଏହି ଘୋଷଣା!

ନୂଆଦିଲ୍ଲୀ: ଆମେରିକାରେ ଟ୍ରମ୍ପ ପୁଣିଥରେ ନିର୍ବାଚନ ଜିତିଛନ୍ତି। କମଲା ହାରିସଙ୍କୁ ବହୁମତରେ ହରାଇ ରେକର୍ଡ ସୃଷ୍ଟି କରିଛନ୍ତି। କୁହାଯାଉଛି ଯେ, ଟ୍ରମ୍ପଙ୍କ ବିଜୟରେ ଭାରତୀୟଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଛି। କାରଣ ଯେଉଁ ଅଞ୍ଚଳରେ ଭାରତୀୟ ଲୋକେ ରହୁଛନ୍ତି, ସେହିଠାରୁ ଟ୍ରମ୍ପଙ୍କୁ ଅଧିକ ଭୋଟ ମିଳିଛି। କିନ୍ତୁ ଟ୍ରମ୍ପଙ୍କ ଏହି ବିଜୟ ଭାରତୀୟଙ୍କ ପାଇଁ ବିପଦ ସୃଷ୍ଟି କରିବା ନଜର ଆସୁଛି। ମିଳିଥିବା ସୂତ୍ରର ଦାବି ଅନୁଯାୟୀ, ଆମେରିକାରେ ନାଗରିକତାକୁ ନେଇ ନିୟମ ପରିବର୍ତ୍ତନ ହେବାକୁ ଯାଉଛି। କାରଣ ନିର୍ବାଚନ ପ୍ରଚାରରେ ଟ୍ରମ୍ପ କହିଥିଲେ ଯେ, ଯଦି ସେ ରାଷ୍ଟ୍ରପତି ହୁଅନ୍ତି ତେବେ ସେ ନାଗରିକତା ନିୟମରେ ପରିବର୍ତ୍ତନ କରିବେ, ବର୍ତ୍ତମାନ ଭାରତୀୟଙ୍କୁ ଏହି ଭୟ ଡରାଉଛି। ସେଠାରେ ଭାରତୀୟ ଲୋକଙ୍କ ନାଗରିକତା ବିପଦରେ ପଡିପାରେ।

ଭାରତୀୟଙ୍କ ଉପରେ ପଡିବ ଏହି ପ୍ରଭାବ: ଆମେରିକାରେ ନାଗରିକତାକୁ ନେଇ ବର୍ତ୍ତମାନ ଏହି ନିୟମ ରହିଛି ଯେ, ଯେଉଁମାନଙ୍କ ଅବିଭାବକ ଆମେରିକାରେ ରହୁଛନ୍ତି ସେମାନଙ୍କ ପିଲାମାନଙ୍କୁ ଆପେ ଆପେ ନାଗରିକତା ମିଳିଯିବ। ହେଲେ ଟ୍ରମ୍ପଙ୍କ ଅଫିସିଆଲ ୱେବସାଇଟରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ନୂଆ ସରକାର ଗଠନର ପ୍ରଥମ ଦିନ ହିଁ କିଛି ନିଷ୍ପତ୍ତି ଉପରେ ମୋହର ଲାଗିବ। ଯେଉଁଥିରେ ନାଗରିକତା ସମ୍ବନ୍ଧୀୟ ଆଇନ ଉପରେ ଚର୍ଚ୍ଚା ହେବ। ଯଦି ପ୍ରସ୍ତାବ ପାସ ହୋଇଗଲା ତେବେ ଏପରି ପିଲାମାନଙ୍କୁ ନାଗରିକତା ମିଳିବା କଷ୍ଟ ହୋଇଯିବ, ଯେଉଁମାନଙ୍କ ଅବିଭାବକ ଆମେରିକୀୟ ନାଗରିକ ନୁହଁନ୍ତି।

ଏହି ନିୟମର ପ୍ରଭାବ ସେହି ଲୋକଙ୍କ ଉପରେ ପଡିବ, ଯେଉଁମାନେ ଭାରତବଂଶୀ ଆମେରିକାରେ ରହୁଛନ୍ତି। ଭାରତୀୟ ବଂଶୋଦ୍ଭର ୪୮ ଲୋକେ ଆମେରିକାରେ ବାସ କରୁଛନ୍ତି, ଏପର୍ଯ୍ୟନ୍ତ ସମସ୍ତ ଲୋକେ ନିଶ୍ଚିତ ଥିଲେ ଯେ, ସେମାନଙ୍କ ପିଲାମାନଙ୍କୁ ଆମେରିକାର ନାଗରିକତା ମିଳିଯିବ।