fbpx

ଏହି ୩ ସମ୍ପର୍କ ଉପରେ ଭରସା କଲେ ମିଳିବ ବିଶ୍ୱାସଘାତକତା: ସମୟ ଥାଉ ଥାଉ ପରଖି ନିଅନ୍ତୁ…

Advertisement

ଆଚାର୍ଯ୍ୟ ଚାଣକ୍ୟଙ୍କୁ ଚତୁର ଏବଂ ବିଭିନ୍ନ ବିଷୟରେ ପ୍ରଗାଢ଼ ଜ୍ଞାନ ରଖିଥିବା ବ୍ୟକ୍ତିବିଶେଷ ଭାବେ ଗଣାଯାଏ। ସେ ନିଜ ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ମତ ରଖିଛନ୍ତି। ଅଧିକାଂଶ ଲୋକ କୌଣସି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଚାଣକ୍ୟଙ୍କ ବିଚାର ବିଷୟରେ ଜାଣିବାକୁ ଚେଷ୍ଟା କରିଥାନ୍ତି।

ନିଜ ନୀତିଶାସ୍ତ୍ରରେ ଚାଣକ୍ୟ କହିଛନ୍ତି, ସାଂସାରିକ ବ୍ୟକ୍ତିଙ୍କୁ କାହା ଉପରେ ଆଖି ବନ୍ଦ କରି ବିଶ୍ୱାସ କରିବା ଉଚିତ ନୁହେଁ। ଏପରି କରିବା ବିଶ୍ୱାସଘାତକତାକୁ ଜନ୍ମ ଦେଇଥାଏ। କାରଣ କାହା ଉପରେ ବିଶ୍ୱାସ କରିବା ପୂର୍ବରୁ ସେ ବିଶ୍ୱାସଯୋଗ୍ୟ କି ନୁହେଁ ତାକୁ ଦଶଥର ପରଖି ନିଅନ୍ତୁ। ଏପରିକି ଏହି ୩ ପ୍ରକାର ଲୋକଙ୍କୁ କେବେ ହେଲେ ବିଶ୍ୱାସ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

ଲୋଭୀ ନାରୀଠାରୁ ଦୂରରେ ରୁହନ୍ତୁ:
କୌଣସି ବ୍ୟକ୍ତିଙ୍କୁ ଲୋଭୀ ନାରୀ ଉପରେ ବିଶ୍ୱାସ କରିବା ଉଚିତ ନୁହେଁ। ଯେଉଁ ନାରୀ ଧନ, ସମ୍ପତ୍ତି, ଗହଣା, କୋଠା, ସୁଖ ଏବଂ ସମ୍ଭୋଗ ଆଶାରେ ପୁରୁଷ ପାଖକୁ ଯାଇଥାଏ, ତାଙ୍କୁ ବିଶ୍ୱାସ କରିବା ଠିକ୍‌ ନୁହେଁ। କାରଣ ସମୟ ଏବଂ ପରିସ୍ଥିତିକୁ ଦେଖି ଏଭଳି ନାରୀ ମାନେ ବିଶ୍ୱାସଘାତକ ସାବ୍ୟସ୍ତ ହୋଇପାରନ୍ତି। ଏଣୁ ଏଭଳି ନାରୀଙ୍କଠାରୁ ଦୂରେଇ ରୁହନ୍ତୁ।

ବିଶ୍ୱାସଘାତକ ହୋଇଥାନ୍ତି ପ୍ରତିନ୍ଦ୍ୱନ୍ଦୀ:
କୌଣସି ବ୍ୟକ୍ତିଙ୍କୁ ନିଜର ପ୍ରତିନ୍ଦ୍ୱନ୍ଦୀଙ୍କ ଉପରେ ବିଶ୍ୱାସ କରିବା ଉଚିତ ନୁହେଁ। ଯିଏ ଏପରି କରନ୍ତି ସେ ପ୍ରତାରିତ ହୁଅନ୍ତି। ଏଣୁ ରକ୍ତ ସମ୍ପର୍କୀୟ ହୁଅନ୍ତୁ ଅବା ଭାଇ, ସେ ପ୍ରତିନ୍ଦ୍ୱନ୍ଦୀ ହୋଇଥିଲେ ତାଙ୍କ ଉପରେ ବିଶ୍ୱାସ କରିବା ଉଚିତ ନୁହେଁ। ଜୀବନର କୌଣସି ପ୍ରତିଯୋଗୀତାରେ ସମ୍ପର୍କକୁ ଭୁଲି କେବଳ ଜିତିବା ଉପରେ ଲକ୍ଷ୍ୟ ରଖିବା ଉଚିତ।

ନୂଆ କରି ବନ୍ଧୁ ହୋଇଥିବା ଲୋକ ବିଶ୍ୱାସଯୋଗ୍ୟ ନୁହନ୍ତି:
ଚାଣକ୍ୟ ନୀତିରେ ଚାଣକ୍ୟ କହିଛନ୍ତି, ନୂଆ ବନ୍ଧୁଙ୍କ ଉପରେ ବିଶ୍ୱାସ କରିବା ଉଚିତ ନୁହେଁ। କାରଣ ଚାରି ଦିନ ପାଇଁ ବନ୍ଧୁତା ସମ୍ପର୍କ ରଖିବା ଲୋକଙ୍କ ମନରେ କିଛି ନା କିଛି ସ୍ବାର୍ଥ ଜଡ଼ିତ ଥାଏ। ଏଣୁ ସେ ସତ ମନରେ ବନ୍ଧୁତାର ସମ୍ପର୍କ ରଖି ନ ଥାନ୍ତି। ଏଭଳି ଲୋକଙ୍କ ଉପରେ ବିଶ୍ୱାସ କରିବା ମୁର୍ଖତାର ପରିଚୟ। ସେମାନେ ଭବିଷ୍ୟତରେ ଆପଣଙ୍କୁ ଅସୁବିଧାରେ ପକାଇ ପାରନ୍ତି।

Get real time updates directly on you device, subscribe now.