ଶୀତଦିନେ ରାତିରେ ବେଶି କାଶୁଛନ୍ତି କି ଛୋଟ ପିଲା ? ଆପଣାନ୍ତୁ ଏହି ଘରୋଇ ଉପଚାର

ଶୀତଦିନେ ଛୋଟ ପିଲାଙ୍କ କାଶକୁ ନେଇ ଚିନ୍ତିତ କି ? କିଛି ଘରୋଇ ଉପଚାର ଆପଣାଇ ସଂକ୍ରମଣକୁ ରୋକି ପାରିବା ।

ଓଡ଼ିଶା ଭାସ୍କର: ଋତୁ ପରିବର୍ତ୍ତନ ହେଲେ ଥଣ୍ଡା, କାଶ, ଜ୍ୱର ଭଳି ସାଧାରଣ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ । କିନ୍ତୁ ଶୀତଦିନେ କାଶ ସମସା ଅଧିକ ଦେଖାଦେଇଥାଏ ।

ବେଳେ ବେଳେ ଅନେକ ପ୍ରକାର ଔଷଧ ସେବନ କରିବା ପରେ ମଧ୍ୟ କିଛି ସୁଫଳ ମିଳିନଥାଏ । ବିଶେଷ କରି ଛୋଟ ପିଲାମାନଙ୍କ କ୍ଷେତ୍ରରେ ଶୀଘ୍ର ସଂକ୍ରମଣ ବ୍ୟାପିବାର ଆଶଙ୍କା ଦେଖାଦେଇଥାଏ ।

ଶ୍ୱାସକ୍ରିୟାରେ ସମସ୍ୟା: ଏଭଳି ପରିସ୍ଥିତିରେ ଫୁସଫୁସ ସଠିକ ଭାବରେ ଶ୍ୱାସକ୍ରିୟା କାମ କରିବାରେ ସକ୍ଷମ ହୁଏ ନାହିଁ । ନିଶ୍ୱାସ ନେବା କଷ୍ଟକର ହୋଇଯାଏ । ଜ୍ୱର ମଧ୍ୟ ଆସିବା ଆରମ୍ଭ କରେ । ନିମୋନିଆ ହେବାର ଆଶଙ୍କା ଦେଖାଦେଇଥାଏ । ଯଦି ଠିକ ସମୟରେ ଚିକିତ୍ସା କରା ନ ଯାଏ, ନିମୋନିଆ ମଧ୍ୟ ବିପଜ୍ଜନକ ହୋଇପାରେ ।

ବିଶେଷକରି ଶୀତଦିନେ କାଶ ଦୂର କରିବା ପାଇଁ ଘରୋଇ ଉପଚାର ଆପଣାଇପାରିବା । ଏଥିପାଇଁ ମାତା ପିତାଙ୍କୁ ବିଶେଷ ଧ୍ୟାନ ଦେବା ଉଚିତ ।

-ଜାଇଫଳରେ ଆଣ୍ଟି-ଇନଫ୍ଲେମେଟୋରୀ ଗୁଣ ରହିଛି ଯାହା ଫୁଲାକୁ କମ କରିଥାଏ। ମହୁରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ଅଛି ଯାହା ସଂକ୍ରମଣ ସହିତ ଲଢିବାରେ ସାହାଯ୍ୟ କରେ । ଏହି ଦୁଇଟିର ମିଶ୍ରଣ ଗଳାର ଫୁଲାକୁ ଦୂର କରିଥାଏ ଏବଂ କାଶରୁ ମୁକ୍ତି ଦେଇଥାଏ। ଅଳ୍ପ ଜାଇଫଳ ପେଷ୍ଟ ଏବଂ ଗୋଟିଏ ଚାମଚ ମହୁକୁ ମିଶ୍ରଣ କରି ଦିନକୁ ୨-୩ ଥର ଗ୍ରହଣ କରିବା ଦ୍ୱାରା ଶୁଖିଲା କାଶରୁ ଆରାମ ମିଳିଥାଏ।

-କାଶ ହେଲେ, ମହୁ ସହିତ ଅଦା ରସ ମିଶାଇ ପିଲାକୁ ଚାଟିବାକୁ ଦେବା ଦ୍ୱାରା ଆରାମ ମିଳିଥାଏ । ରାତିରେ ଶୋଇବା ପୂର୍ବରୁ ପିଲାକୁ ଗୋଟିଏ ଚାମଚ ଖାଇବାକୁ ଦିଅନ୍ତୁ। ଏହା କାଶକୁ ନିମୋନିଆରେ ପରିଣତ କରିବ ନାହିଁ।

– ଗରମ ଲୁଣପାଣି ହେଉଛି କାଶ କମାଇବା ପାଇଁ ସବୁଠୁ ଭଲ ଉପାୟ। ଦିନକୁ ଅତି କମ୍‌ରେ ୪-୫ ଥର ଗରମ ଲୁଣପାଣିରେ ଗାର୍ଗେଲିଂ କରନ୍ତୁ। ଏହାଦ୍ୱାରା କଫ ତରଳି ଯିବା ସହ କାଶ ମଧ୍ୟ ଧୀରେ ଧୀରେ କମିଯିବ।

-ଅଧିକ କାଶ ହେଉଥିଲେ ଖଣ୍ଡେ ଅଦାରେ ଅଳ୍ପ ଲୁଣ ଲଗାଇ କଳରେ ଜାକନ୍ତୁ। ଏହାକୁ ଅଳ୍ପ ଅଳ୍ପ ଚୋବାନ୍ତୁ ଯେପରି ରସ ବାହାରି ଗଳାକୁ ଆରାମ ଦେବ।

– ଏକ ଚାମଚ ମହୁରେ ୪-୫ଟି ଗୋଲମରିଚ ଗୁଣ୍ଡ ମିଶାଇ ଖାଆନ୍ତୁ, କାଶ ସମସ୍ୟାରୁ ଉପଶମ ମିଳିବ। ମହୁରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ୍‌ ଗୁଣ କାଶ କମାଇଥାଏ।

-ଶୁଖିଲା କାଶ କମାଇବା ଲାଗି ତୁଳସୀପତ୍ର ଓ ଅଦା ରସରେ ମହୁ ମିଶାଇ ଖାଇଲେ ବେଶ୍‌ ଭଲ କାମ କରିଥାଏ। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ।

– କାଶ ହେଉଥିଲେ ଥଣ୍ଡା ପାଣି କିମ୍ବା ଆଇସ୍‌କ୍ରିମ୍‌ ଭଳି ଥଣ୍ଡା ଜାତୀୟ ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ। ମଝିରେ ମଝିରେ ଉଷୁମ ପାଣିରେ ଅଳ୍ପ ମହୁ ମିଶାଇ ପିଅନ୍ତୁ ଗଳାକୁ ଆରାମ ମିଳିବ।