(Video) ବଡ଼ ଖବର, ଭୟଙ୍କର ଭୂକମ୍ପ ପରେ ଆସିଲା ସୁନାମୀ, ମାଡ଼ିଗଲା ୧୫ ଫୁଟ ଉଚ୍ଚର ଜୁଆର

ଉପକୂଳ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ସୂଚନା।

ରୁଷ: ରୁଷରେ ୮.୮ ଭୂକମ୍ପ ପରେ ମାଡ଼ିଆସିଲା ସୁନାମୀ। କାମଚଟକା ଉପକୂଳରେ ମାଡ଼ି ଆସିଲା ସୁନାମୀ। ଉପକୂଳକୁ ମାଡ଼ିଗଲା ୧୫ ଫୁଟ ଉଚ୍ଚର ଜୁଆର।

ଉପକୂଳ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ସୂଚନା।

ଭୂମିକମ୍ପ ପ୍ରଭାବରେ ଭାଙ୍ଗିଲା ବିଲ୍ଡିଂ, ରାସ୍ତାରେ ସୃଷ୍ଟି ହେଲା ଫାଟ।

ଜାପାନର ୧୬ ସ୍ଥାନରେ ସୁନାମୀ। ଫୁକୁସୀମା ପରମାଣୁ କେନ୍ଦ୍ର ଖାଲି କଲା ଜାପାନ।

ରୁଷିଆର କାମଚାଟକା ଉପଦ୍ୱୀପରେ ଘଟିଥିବା ୮.୮ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପର ଅନେକ ଭୟଙ୍କର ଭିଡିଓ ସାମ୍ନାକୁ ଆସୁଛି। ସୁନାମୀର ଗୋଟିଏ ଭିଡିଓରେ ସମୁଦ୍ର ତରଙ୍ଗ ଉଠିବା ଦେଖାଯାଉଛି।

ସୁନାମୀର ଭୟଙ୍କର ଲହଡି ଲୋକଙ୍କ ମଧ୍ୟରେ ଅଧିକ ଆତଙ୍କ ସୃଷ୍ଟି କରିଛି।

ଭୂମିକମ୍ପ ଏବଂ ସୁନାମିର ପ୍ରବଳ ପ୍ରଭାବ ଦେଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ପ୍ରତିକ୍ରିୟା ଦେଇଛନ୍ତି। ରୁଷରେ ହୋଇଥିବା ଭୟଙ୍କର ଭୂମିକମ୍ପ ପରେ ଟ୍ରମ୍ପ ଏକ ବିବୃତ୍ତି ଜାରି କରି ସମସ୍ତଙ୍କୁ ସତର୍କ କରାଇ ଦେଇଛନ୍ତି।

ଭୂମିକମ୍ପର ଅନେକ ଭୟଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।