ଓଡ଼ିଶା ଭାସ୍କର ବ୍ୟୁରୋ: କିଛିଦିନର ବ୍ୟବଧାନ ପରେ ପୁଣି ଚର୍ଚ୍ଚାକୁ ଆସିଛି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟ୍ୱିଟର୍ । ଭାରତର ଖ୍ୟାତନାମା କ୍ରିକେଟର୍ ତଥା ଭାରତୀୟ ଟିମ୍ ର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନୀଙ୍କ ଟ୍ୱିଟର୍ ହ୍ୟାଣ୍ଡେଲରୁ ବ୍ଲୁ-ଟିକ୍ କୁ ହଟାଇ ଦେଇଛି ଟ୍ୱିଟର୍ । ଫଳରେ ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।
ସୂଚନା ଅନୁସାରେ ଆମେରିକାର ମାଇକ୍ରୋ ବ୍ଲଗିଂ ସୋସିଆଲ୍ ନେଟୱର୍କ ଟ୍ୱିଟର୍ ଭାରତର ମହାନ କ୍ରିକେଟର୍ ଧୋନୀଙ୍କ ଆକାଉଣ୍ଟରୁ ଏହାର ଭେରିଫାଏଡ୍ ବ୍ଲୁ-ଟିକ୍ ହଟାଇ ଦେଇଛି । ଏହାର ନିର୍ଦ୍ଦିଷ୍ଟ କାରଣ ସମ୍ପର୍କରେ ଜଣାପଡ଼ିନଥିଲେ ମଧ୍ୟ ଜାତୀୟ ଗଣମାଧ୍ୟମ ଅନୁସାରେ ଟ୍ୱିଟର୍ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନି । ବ୍ଲୁ-ଟିକ୍ ବ୍ୟାଜ୍ ଦିଆଯିବା ଅର୍ଥ ଜଣେ ବ୍ୟକ୍ତିତ୍ୱର ସୋସିଆଲ୍ ଆକାଉଣ୍ଟ୍ ପୂର୍ଣ୍ଣ ସକ୍ରିୟ ଆଉ ସ୍ୱୀକୃତିପ୍ରାପ୍ତ ବୋଲି ବୁଝାଯାଏ । ତେବେ କ୍ରିକେଟର୍ ଧୋନୀଙ୍କ ଆକାଉଣ୍ଟ୍ ରୁ ଏହି ଟିକ୍ କାହିଁକି ହଟିଲା ତାହା ସାଧାରଣରେ ପ୍ରଶ୍ନବାଚୀ । କିନ୍ତୁ ଧୋନୀଙ୍କ ଆଗରେ ଟ୍ୱିଟର୍ କିଛି ବି ନୁହେଁ ବୋଲି ଅନେକ ପ୍ରଶଂସକ ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳୁଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ଜାନୁଆରୀ ୮ ତାରିଖରେ ଧୋନୀ ଲାଷ୍ଟ୍ ଟ୍ୱିଟ୍ କରିବା ପରେ ଅଗଷ୍ଟ ୬ ପର୍ଯ୍ୟନ୍ତ ଆଉ ଟ୍ୱିଟ୍ କରିନଥିଲେ । କିନ୍ତୁ ଶୁକ୍ରବାର ବ୍ଲୁଟିକ୍ ହଟିବା ପରେ ସେ କେତୋଟି ଟ୍ୱିଟ୍ କରିଛନ୍ତି । ଏପରିକି ଏକ ଟ୍ୱିଟ୍ରେ ଧୋନୀ କହିଛନ୍ତି ଯେ, କଣ ହେଇଗଲା ଏଦେଶକୁ! ଅଲିମ୍ପିକ୍ରେ କ୍ରୀଡ଼ାବିତଙ୍କୁ ଉତ୍ସାହିତ କରିବା ପରିବର୍ତ୍ତେ ବ୍ଲୁଟିକ୍ ହଟିବା ନେଇ ଏତେ ଚର୍ଚ୍ଚା କାହିଁକି? ଏଭଳି ମର୍ମରେ ସେ ଟ୍ୱିଟ୍ କରିଛନ୍ତି । ଅନ୍ୟପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟରୁ ୨୦୨୦ ଅଗଷ୍ଟ ୧୫ରେ ଅବସର ନେଇଥିବା ଧୋନୀ କେବଳ ଆଇପିଏଲ୍ ଖେଳୁଛନ୍ତି ।
What will happen to this country when instead of encouraging sportspersons in the Olympics, people started discussing why the bluetick of "MSD" was removed.?
— Mahendra Singh Dhoni (@iamchowkidhar) August 6, 2021