fbpx

ଦୁଇଟି ବ୍ୟାଙ୍କର ଲାଇସେନ୍ସ ରଦ୍ଦ କଲା RBI: ବ୍ୟାଙ୍କିଂ ଅପରେସନ୍ ବନ୍ଦ, ଗ୍ରାହକଙ୍କ ଟଙ୍କା ଉଠାଣ ବନ୍ଦ

ନୂଆଦିଲ୍ଲୀ: ନିୟମ ଉଲ୍ଲଂଘନ ଓ ଅନ୍ୟ କିଛି କାରଣରୁ ଅନେକ ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ କିଛି ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ । ବ୍ୟାଙ୍କିଂ ନିୟମ ଉଲ୍ଲଂଘନ ଓ ଅନ୍ୟ କିଛି କାରଣରୁ କେନ୍ଦ୍ରୀୟ ବ୍ୟାଙ୍କ କିଛି ବ୍ୟାଙ୍କର ଲାଇସେନ୍ଦ ରଦ୍ଦ କରିବା କରିବା ସହିତ ଆଉ କିଛି ବ୍ୟାଙ୍କ ଉପରେ ଜରିମାନା ଲାଗୁ କରିଥାଏ । ତେବେ ଚଳିତ ସପ୍ତାହରେ ଗୋଟିଏ ବ୍ୟାଙ୍କର ଲାଇସେନ୍ସ ଆରବିଆଇ ବାତିଲ କରିଥିବା ବେଳେ ପୁଣି ଏକ ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରିଦିଆଯାଇଛି ।

୨ ଦିନ ତଳେ ଉତ୍ତରପ୍ରଦେଶର ଗାଜୀପୁର ସ୍ଥିତ ପୂର୍ବାଞ୍ଚଳ ସହକାରୀ ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରିଥିଲା ଆରବିଆଇ । ଏହି ବ୍ୟାଙ୍କ ନିକଟରେ ପର୍ଯ୍ୟାପ୍ତ ପୁଞ୍ଜି ଓ ରୋଜଗାରର ସମ୍ଭାବନା ନଥିବା କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଆରବିଆଇ ପକ୍ଷରୁ କୁହାଯାଇଥିଲା । ତେବେ ଏହି କଡ଼ା କାର୍ଯ୍ୟାନୁଷ୍ଠାନ ପରେ ଗ୍ରାହକମାନେ ଜମା ବୀମା ଓ ଲୋନ ଗ୍ୟାରେଣ୍ଟି ନିଗମ (ଡିଆଇସିଜିସି) ଠାରୁ କେବଳ ୫ ଲକ୍ଷ ଟଙ୍କାର ଜମା ରାଶି ପାଇବାକୁ ହକଦାର ହେବେ । ପାଖାପାଖି ୯୯.୫୧ ପ୍ରତିଶତ ଜମାକାରୀ ଡିଆଇସିଜିସି ଠାରୁ ନିଜର ପୂରା ଜମା ରାଶି ପାଇବାକୁ ହକଦାର ହେବେ ବୋଲି ଆରବିଆଇ ପକ୍ଷରୁ କୁହାଯାଇଥିଲା ।

ତେବେ ଏହା ମଧ୍ୟରେ ମହାରାଷ୍ଟ୍ରର ଦ’ ସିଟି କୋ-ଅପରେଟିଭ୍ ବ୍ୟାଙ୍କର ଲାଇସେନ୍ସ କରିଛି ଆରବିଆଇ । ପର୍ଯ୍ୟାପ୍ତ ପୁଞ୍ଜି ଓ ରୋଜଗାରର ସମ୍ଭାବନାର ଅଭାବ କାରଣରୁ କେନ୍ଦ୍ରୀୟ ବ୍ୟାଙ୍କ ଏହି ପଦକ୍ଷେପଗ୍ରହଣ କରିଛି । ଜୁନ ୧୧୯ରେ ଏହି ବ୍ୟାଙ୍କର କାରବାରକୁ ସମାପ୍ତ କରାଯିବା ସହିତ ବ୍ୟାଙ୍କ ଅପରେସନକୁ ବନ୍ଦ କରିଦିଆଯାଇଛି । ପାଖାପାଖି ୮୭ ପ୍ରତିଶତ ଜମାକାରୀ ଡିଆଇସିଜିସି ଠାରୁ ନିଜର ସମ୍ପୂର୍ଣର୍ ଜମାରାଶି ପାଇବାକୁ ହକଦାର ହେବେ । ଯଦି ଏହି ବ୍ୟାଙ୍କକୁ ଆଗକୁ କାର୍ଯ୍ୟ ଜାରି ରଖିବାକୁ ଅନୁମତି ଦିଆଯାଇଥାନ୍ତା ତେବେ ଜନହିତ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଥାନ୍ତା ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.