fbpx

ଶ୍ରାଦ୍ଧ କରିବା ସମୟରେ ଆସିଲା ମୃତ୍ୟୁ, ହାତଧରି ଆରପାରିକୁ ଚାଲିଗଲେ 2 ଭାଇ

ପୁରୀ: ନରେନ୍ଦ୍ର ପୁଷ୍କରିଣୀରେ ଅଘଟଣ । ଗୋଧୋଇବା ବେଳେ ବୁଡିଗଲେ 2ଜଣ ବ୍ୟକ୍ତି । ତେବେ ଉଭୟଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ମୃତକ ଦ୍ବୟ ସମ୍ପର୍କୀୟ ଭାଇ ହୋଇଥିବା ଜଣାପଡିଛି । ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ତେବେ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ଶ୍ରାଦ୍ଧ ଦେବା ପାଇଁ ଆସିଥିବା ବେଳେ ଏହି ଅଘଟଣ ଘଟିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଶ୍ରାଦ୍ଧ ଦେବା ପାଇଁ 2 ଭାଇ ନରେନ୍ଦ୍ର ପୁଷ୍କରିଣୀକୁ ଆସିଥିଲେ । ଶ୍ରାଦ୍ଧ ପରେ ଗାଧୋଇବା ପାଇଁ ଯାଇଥିବା ବେଳେ ବୁଡି ଯାଇଥିଲେ । ଚାହୁଁଚାହୁଁ 2ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।

Get real time updates directly on you device, subscribe now.