BIG BREAKING: ଓଡ଼ିଶାରୁ ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର: ଓଡ଼ିଶାରୁ ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ। ଏସପି ରବୀନ୍ଦ୍ର ପଣ୍ଡା ଏବଂ କମାଣ୍ଡାଣ୍ଟ ନରେଶ ପଟେଲଙ୍କୁ ମିଳିବ ରାଷ୍ଟ୍ରପତି ପଦକ। ୯ ଜଣଙ୍କୁ ମିଳିବ ସାହସିକତା ପୁରସ୍କାର। ଉଲ୍ଲେଖନୀୟ ସେବା ପାଇଁ ୧୧ ଜଣ ହେବେ ସମ୍ମାନିତ।

ଦେଶର ୧୦୯୦ ଜଣଙ୍କୁ ମିଳିବ ସମ୍ମାନ। ବିଶେଷ ସେବା ଲାଗି ୯୯ ଜଣଙ୍କୁ ମିଳିବ ରାଷ୍ଟ୍ରପତି ସମ୍ମାନ। ୨୩୩ ଜଣଙ୍କୁ ମିଳିବ ସାହସିକତା ପୁରସ୍କାର। ଉଲ୍ଲେଖନୀୟ ସେବା ପାଇଁ ୭୫୮ ଜଣ ସମ୍ମାନୀତ ହେବେ।