fbpx

Video: ଗୋଟିଏ ରନୱେରେ ଆସିଗଲା ୨ଟି ପ୍ଲେନ୍, ଆଉ ତା’ପରେ…

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଆଶ୍ଚର୍ଯ୍ୟକର ଭିଡିଓ ସାମ୍ନାକୁ ଆସୁଛି । ଏପରି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯେଉଁଥିରେ ଗୋଟିଏ ରନୱେରେ ୨ଟି ଏୟାରକ୍ରାଫ୍ଟକୁ ଆସୁଥିବା ଦେଖିବାକୁ ମିଳିଛି । ଏହାକୁ ଦେଖି ଯୁଜର୍ସଙ୍କ ନିଶ୍ୱାସ ମଧ୍ୟ କିଛି କ୍ଷଣ ପାଇଁ ଅଟକି ଯାଇଥିଲା ।

ତେବେ ଦୁନିଆର ବହୁତ ସ୍ଥାନ ରହିଛି, ଯେଉଁଠାରେ ଏୟାରଫିଲ୍ଡରେ ଅଧିକ ଆଡଭାନ୍ସ ଟେକନିକ୍ ନଥିବା କାରଣରୁ ବଡ଼ ଦୁର୍ଘଟଣା ହେବାର ସମ୍ଭାବନା ରହିଛି । ନିକଟରେ ଏପରି ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ଗୋଟିଏ ରନୱେରେ ଗୋଟିଏ ସମୟରେ ୨ଟି ପ୍ଲେନ୍ ଆସୁଥିବା ଦେଖିବାକୁ ମିଳିଥିଲା । ଏହି କାରଣରୁ ଏକ ବଡ଼ ଦୁର୍ଘଟଣା ହେବାର ସମ୍ଭାବନା ଥିଲା ।

ଭିଡିଓରେ ଦେଖିବାକୁ ମିଳିଛି କି, ଏକ ପ୍ଲେନ୍ ଆକାଶ ମାର୍ଗରୁ ଅବତରଣ କରୁଥିବା ସମୟରେ ରନୱେରେ ଆଉ ଏକ ବିମାନ ଆସିଯାଇଥିଲା । ଏହି ସମୟରେ ଆକାଶରେ ଉଡ଼ୁଥିବା ପ୍ଲେନର ପାଇଲଟ ରନୱେରେ ଛୋଟ ପ୍ଲେନକୁ ଦେଖିପକାଇ ତୁରନ୍ତ ଆକ୍ସନ ନେଇଥିଲେ ଓ ପ୍ଲେନକୁ ପୁନର୍ବାର ଆକାଶ ମାର୍ଗକୁ ନେଇଯାଇଥିଲେ । ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳିଯାଇଥିଲା । କିନ୍ତୁ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.