କ୍ୟାପିଟାଲ ହାଇସ୍କୁଲର ୨ ଛାତ୍ର କରୋନା ପଜିଟିଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀ ପୁଣି ତୀବ୍ର ହେବାରେ ଲାଗିଲାଣି । ଏଥର ସ୍କୁଲର ଛାତ୍ରଛାତ୍ରୀମାନେ ଏହାର ଅଧିକ ଶିକାର ହେଉଛନ୍ତି । ଏହାରି ମଧ୍ୟରେ କ୍ୟାପିଟାଲ ହାଇସ୍କୁଲର ୨ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନବମ ଶ୍ରେଣୀର ୨ ଛାତ୍ର କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଟେଷ୍ଟ ହୋଇଥିବା ୩୭୨ ଛାତ୍ରଙ୍କ ମଧ୍ୟରେ ୨ ଜଣଙ୍କ ନମୂନା ପଜିଟିଭ୍ ଆସିଛି । ଏନେଇ କ୍ୟାପିଟାଲ ହାଇସ୍କୁଲ ପ୍ରଧାନଶିକ୍ଷକ ଜିତେନ୍ଦ୍ର ନାୟକ ସୂଚନା ଦେଇଛନ୍ତି ।

ସେହିପରି କେନ୍ଦ୍ରୀୟ ବିଦ୍ୟାଳୟ-୧ରେ ୧୦ରୁ ଅଧିକ ଶିକ୍ଷକ ପଜିଟିଭ ହୋଇଥିବା ସୂଚନା ମିଳିଛି । ପୂର୍ବରୁ ଲକ୍ଷଣ ଦେଖାଯିବା ପରେ ଆରଟିପିସିଆର ଟେଷ୍ଟ ହୋଇଥିଲା ।