fbpx

୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ଟଙ୍କା ଯୋଗାଡ କରି ଗରିବଙ୍କ ପାଇଁ ୨୦୦ ଅକ୍ସିମିଟର୍ କିଣିଲେ ଦଶମ ଶେଣ୍ରୀ ଛାତ୍ରୀ

ବେଙ୍ଗାଲୁରୁ, ୩୦ା୪ : କରୋନା ମହାମାରୀରେ ସାରାଦେଶ ହନ୍ତସନ୍ତ ହେଉଛି । ବିଶେଷ କରି ଗରିବ ଲୋକମାନେ ଖୁବ୍ ଅସୁବିଧା ଦେଇ ଗତି କରୁଛନ୍ତି । ଏହି ସମୟରେ ବେଙ୍ଗାଲୁରୁ ଗ୍ରିନଉଡ୍ ଇନ୍ଟରନ୍ୟାସନାଲ୍ ସ୍କୁଲ୍ ର ଦୁଇଟି ଦଶମ ଶ୍ରେଣୀ ଛାତ୍ରୀ ଗରିବଙ୍କୁ ସାହାଯ୍ୟ କରିବା ପାଇଁ ଚାନ୍ଦା ଏକାଠି କରିଛନ୍ତି । ଆଉ ସେମାନେ ମାତ୍ର ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷଟଙ୍କା ଏକାଠି କରି ୨୦୦ଟି ଅକ୍ସିମିଟର୍ ଗରିବ ପରିବାରଙ୍କୁ ବାଣ୍ଟିଛନ୍ତି । ଦଶମ ଶ୍ରେଣୀ ଛାତ୍ରୀଙ୍କ ଏହି ମହାନ କାମକୁ ଏବେ ତାଙ୍କ ସ୍କୁଲ୍ ସମେତ ପୁରା ସହର ପ୍ରଶଂସା କରିଛନ୍ତି । ସେମାନେ ହେଲେ ସ୍ନେହା ରାଘବାନ ଏବଂ ସ୍ଲୋକା ଅଶୋକ ।

 

ସୁଚନା ଯେ, ବର୍ତ୍ତମାନ କରୋନାର ନୁଆ ଷ୍ଟ୍ରେନ୍ କାରଣରୁ ଲୋକ ମାନଙ୍କ ଅକ୍ସିଜେନ୍ ଲେବଲ୍ ଉପରେ ବହୁତ ଖରାପ ପ୍ରଭାବ ପଡୁଛି । ଡାକ୍ତର ତଥା ବିଶେଷଜ୍ଞ ମାନେ ବାରମ୍ବାର ଅକ୍ସିମିଟର୍ ରେ ସେମାନଙ୍କ ଅକ୍ସିଜେନ୍ ଲେବଲ୍ ଯାଞ୍ଚ କରିବା ପାଇଁ ପରାମର୍ଶ ଦେଉଛନ୍ତି । ହେଲେ ଏଥିରୁ ଗରିବ ଲୋକ ମାନେ ବାଦ୍ ପଡିଯାଉଛନ୍ତି । କାରଣ ସେମାନଙ୍କ ପାଖରେ ଅର୍ଥର ଅଭାବ ଥିବାରୁ ସେମାନେ ଅକ୍ସିଜେନ୍ ଲେବଲ୍ ମାପିବା ପାଇଁ ଅକ୍ସିମିଟର୍ କିଣି ପାରୁନାହାନ୍ତି । ଯାହା ଫଳରେ ସଚେତନତାର ଅଭାବ ଯୋଗୁଁ ଅନେକ ଲୋକ ପ୍ରାଣ ହରାଉଛନ୍ତି । ତେଣୁ ଏହିସବୁ ଅସୁବିଧାକୁ ନଜରରେ ରଖି ବେଙ୍ଗାଲୁରୁର ଗ୍ରୀନଉଡ୍ ସ୍କୁଲ୍ ର ଦୁଇ ଦଶମ ଶ୍ରେଣୀ ଛାତ୍ରୀ ସ୍ନେହା ଏବଂ ସ୍ଲୋକା ଫଣ୍ଡ ଆଦାୟ କରି ଗରିବଙ୍କୁ ସାହାଯ୍ୟ କରୁଛନ୍ତି । ସବୁଠାରୁ ପ୍ରଶଂସନୀୟ କଥା ହେଉଛି ସେମାନେ ମାତ୍ର ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ଟଙ୍କା ଏକାଠି କରିଛନ୍ତି । ଆଉ ସେହି ଟଙ୍କାରେ ଗରିବ ମାନଙ୍କ ପାଇଁ ୨୦୦ଟି ଅକ୍ସିମିଟର୍ କିଣି ବାଣ୍ଟିଛନ୍ତି ।

ତେବେ ସେମାନେ ଏହାକୁ ବାଣ୍ଟିବାକୁ ଗୋଟିଏ ଏନଜିଓର ସହାୟତା ନେଇଛନ୍ତି । ଆଉ ସେହି ଏନଜିଓର ନାଁ ହେଉଛି ସମ୍ପର୍କ ଏନଜିଓ । ଏହା ଲୋକକଲ୍ୟାଣ ପାଇଁ କାମ କରୁଥିବା ବେଳେ ସେମାନେ ଏହି ୨୦୦ ଅକ୍ସିମିଟର୍ କୁ ଗରିବଙ୍କ ପାଖରେ ପହଞ୍ଚାଇବା ପାଇଁ ଏହି ଏନଜିଓ ର ସାହାଯ୍ୟ ଲୋଡିଛନ୍ତି । ଏ ସକ୍ରାନ୍ତରେ ସ୍କୁଲ୍ ପକ୍ଷରୁ ଟୁଇଟ୍ କରି କୁହାଯାଇଛି ଏବଂ ସେମାନଙ୍କୁ ପ୍ରଶଂସା କରାଯାଇଛି । ଅକ୍ସିମିଟର୍ କୁ ଏବେ ବେଙ୍ଗାଲୁରୁର ତଳିଆ ଅଞ୍ଚଳ ତଥା ଗାଁ ମାନଙ୍କରେ ବଣ୍ଟାଯାଉଛି । ସ୍ନେହା ଏବଂ ସ୍ଲୋକା ଏହିସବୁ କୁ କିଣିବାକୁ ବହୁ ଅକ୍ସିମିଟର୍ କମ୍ପାନୀ ସହ ସମ୍ପର୍କ କରି ସବୁଠାରୁ ଭଲ ଏବଂ ଦାମୀ ଅକ୍ସିମିଟର୍ କିଣିଛନ୍ତି । ସେମାନେ ଚାନ୍ଦା ଏକାଠି କରିବା ପାଇଁ ବିଭିନ୍ନ ପୋଷ୍ଟର ତିଆରି କରିଥିଲେ । ଏଥିସହିତ ଫଣ୍ଡ ଆସିବା ପାଇଁ ଗୋଟିଏ ସ୍ୱତନ୍ତ୍ର ପେଜ୍ ତିଆରି କରିଥିଲେ । ତେବେ ସେ ଦୁହେଁ ଆଗକୁ ମଧ୍ୟ ସମାଜ ସେବା କରିବା କ୍ଷେତ୍ରରେ ଅନେକ କାମ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି ।

Get real time updates directly on you device, subscribe now.