fbpx

ଦୁଇ ମହିଳା ଜଣେ ଜଣଙ୍କ ସ୍ୱାମୀଙ୍କ ଉପରେ ଲଗାଇଲେ ବଳତ୍କାର ଅଭିଯୋଗ, ଏଫଆଇଆର ନ ଲେଖିବାରୁ ଦେଲେ ଧମକ

କାନପୁର: ଉତ୍ତରପ୍ରଦେଶର ଦୁଇ ମହିଳା ଜଣେ ଅନ୍ୟଜଣଙ୍କ ସ୍ୱାମୀଙ୍କ ଉପରେ ବଳତ୍କାର ଅଭିଯୋଗ ଆଣିଛନ୍ତି । ଏହି ଦୁଇଜଣ ପଡୋଶୀ ବୋଲି ଜଣା ପଡିଛନ୍ତି । ସେମାନଙ୍କ ସ୍ୱାମୀ କ୍ଷୀର ବ୍ୟବସାୟ କରନ୍ତି । ପୋଲିସ ଏହି ମାମଲାକୁ ନେଇ ଏଫଆଇଆରକୁ ପଞ୍ଜୀକୃତ ମଧ୍ୟ କରିଛି ଏବଂ ପ୍ରଥମ ମାମଲାର ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିଛି ।

ସୂଚନା ଅନୁସାରେ, କାନପୁରର ସଚେଣ୍ଡୀ ଅଞ୍ଚଳରେ ରହୁଥିବା ମହିଳା ପଡ଼ୋଶୀ ସ୍ୱାମୀଙ୍କ ଉପରେ ରେପର ଅଭିଯୋଗ ଆଣି ୧୮ ଫେବୃଆରୀ ଦିନ ଏଫଆଇଆର ଦାଖଲ କରିଥିଲେ । ପୋଲିସ ମହିଳାଙ୍କ ମେଡିକାଲ ଟେଷ୍ଟ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ହେଲେ ଏହାର ୪୮ ଘଣ୍ଟା ପରେ ଅଭିଯୁକ୍ତଙ୍କ ପତ୍ନୀ ଆସି ଅଭିଯୋଗକାରୀଙ୍କ ସ୍ୱାମୀଙ୍କ ଉପରେ ସେହି ସମାନ ବଳତ୍କାର ଅଭିଯୋଗ ଅଣିଥିଲେ ।

ସେ କହିଛନ୍ତି ଯେ, ଏଫଆଇଆର ଯଦି ଲେଖା ଯିବନାହିଁ ତେବେ ମୁଁ ନିଆଁ ଲଗାଇଦେବି । ଏହାପରେ ପୋଲିସ ଏଫଆଇଆର ପଞ୍ଜୀକୃତ କରିଥିଲେ । ପୋଲିସ ଏହି ମାମଲାରେ ପ୍ରଥମ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ପୋଲିସ ଏହି ମାମଲାରେ ଦୁଇ ପରିବାର ମଧ୍ୟରେ ପୁରୁଣା ଗଣ୍ଡଗୋଳ ବୋଲି ସନ୍ଦେହ କରୁଛି । ଏହି ମାମଲା ସଂଗୀନ ଅପରାଧ ହୋଇଥିବାରୁ ପୋଲିସ ଏହାର ଗଭୀର ତଦନ୍ତ ଚଳାଇଛି ।

Get real time updates directly on you device, subscribe now.