fbpx

ଫିଫା ସହ ଆଲୋଚନା କଲେ କେନ୍ଦ୍ର ସରକାର, U17 ବିଶ୍ଵ କପକୁ ନେଇ ମିଳିପାରେ ଖୁସି ଖବର

ନୂଆଦିଲ୍ଲୀ: ନିୟମ ଉଲ୍ଲଂଘନ କାରଣରୁ ଅନ୍ତର୍ଜାତୀୟ ଫୁଟବଲ ମହାସଂଘ(ଫିଫା) ଅଗଷ୍ଟ ୧୬ରେ ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ(ଆଇଏଫଏଫ)କୁ ନିଲମ୍ବିତ କରିଥିଲା। ଏଥିସହ ଫିଫା ଭାରତଠୁ ୧୭ ବର୍ଷରୁ କମ ମହିଳା ବିଶ୍ଵ କପ୍ ଆୟୋଜନ ଅଧିକାର ଛଡାଇ ନେବ ବୋଲି କହିଥିଲା। ଏବେ ମାମଲାରେ କେନ୍ଦ୍ର ସରକାରଙ୍କୁ ହସ୍ତକ୍ଷେପ କରିବାକୁ ପଡିଛି ଏବଂ ଭାରତକୁ ଆଶ୍ଵସ୍ତି ମିଳିବାର ସମ୍ଭାବନା ରହିଛି। କେନ୍ଦ୍ର ସରକାର ଫିଫା ସହ ଆଲୋଚନା କରିବାରୁ ଏଥିରୁ ସକରାତ୍ମକ ଫଳାଫଳ ମିଳିବାର ଆଶା ରହିଛି।

ପିଟିଆଇ ଅନୁଯାୟୀ, କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଜଣାଇଛନ୍ତି ଯେ, ୧୭ ବର୍ଷରୁ କମ ମହିଳା ବିଶ୍ଵ କପ୍ ୨୦୨୨ର ଆୟୋଜନ ପାଇଁ ଫିଫା ସହିତ ଦୁଇ ଥର ବୈଠକ ହୋଇ ସାରିଛି। ଆଶା କରାଯାଉଛି ଫିଫା ଏବଂ ଏଆଇଏଫଏଫ ମଧ୍ୟରେ ମାମଲାର ସମାଧାନ ଘଟିପାରେ। ଫିଫା ଏହି କାରଣରୁ ଭାରତୀୟ ଫୁଟବଲ ମହାସଂଘକୁ ନିଲମ୍ବିତ କରିଥିଲା, କାରଣ ଏଥିରେ ତୃତୀୟ ପକ୍ଷ(ଆଇନ ଏବଂ ରାଜନୈତିକ) ହସ୍ତକ୍ଷେପ ରହିଥିଲା।

ଫିଫା ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ଫିଫା ଭାରତରେ ଯୁବ ଏବଂ କ୍ରୀଡା ମନ୍ତ୍ରଣାଳୟ ସହିତ ଲଗାତାର ଯୋଗାଯୋଗରେ ରହିଛି। ଆଶା କରୁଛୁ ମାମଲାରେ ସକରାତ୍ମକ ଫଳାଫଳ ମିଳିପାରେ। ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ଏଆଇଏଫଏଫରେ ପ୍ରଶାସକ କମିଟି ଅର୍ଥାତ ସିଓଏ ଗଠନ କରିବାକୁ ଆଦେଶ ଦେଇଥିଲେ। ସିଓଏକୁ ଯଥାଶୀଘ୍ର ମହାସଂଘର ନିର୍ବାଚନ ଆୟୋଜନ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଏ ପର‌୍ୟ୍ୟନ୍ତ ତାହା ହୋଇ ପାରି ନାହିଁ।

Get real time updates directly on you device, subscribe now.