fbpx

ମହାରାଷ୍ଟ୍ର ସଙ୍କଟ: କାଲି ହେବ ଫ୍ଲୋର ଟେଷ୍ଟ, ଏଣ୍ଟ୍ରି ମାରିପାରେ ବିଜେପି

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟରେ ଏଣ୍ଟ୍ରି ମାରିପାରେ ବିଜେପି । ରାଜ୍ୟପାଳ ଭଗତ ସିଂହ କୋଶିଆରଙ୍କ ସାମ୍ନାରେ ଫ୍ଲୋର ଟେଷ୍ଟ ଦାବି କରିଛି ଦଳ । ଏହା ବ୍ୟତୀତ ଆସନ୍ତା ଗୁରୁବାର ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ଉଦ୍ଧବ ଠାକରେ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ରାଜ୍ୟପାଳ । କାଲି ହୋଇପାରେ ଫ୍ଲୋର ଟେଷ୍ଟ । କାଲି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇପାରନ୍ତି ଉଦ୍ଧବ ଠାକରେ । ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି ରାଜ୍ୟପାଳ । ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ହୋଇପାରେ ଫ୍ଲୋର ଟେଷ୍ଟ ।

ଅନ୍ୟପଟେ କାଲି ମୁମ୍ବାଇ ଫେରିବେ ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ । ବ୍ୟାଗ୍ ପ୍ୟାକ୍ କରିବାକୁ ହୋଟେଲ କର୍ମଚାରୀଙ୍କୁ କହିଛନ୍ତି ବିଧାୟକ । ଏହା ସହ ଗୁଆହାଟୀରେ କାମାକ୍ଷା ମନ୍ଦିରରେ ଦର୍ଶନ କରିଛନ୍ତି ଏକନାଥ ସିନ୍ଦେ ।

ତେବେ କାଲି ରାଜ୍ୟପାଳଙ୍କୁ ଭେଟି ଫ୍ଲୋର ଟେଷ୍ଟ ପାଇଁ ଦାବି କରିଥିଲେ ବିଜେପି ନେତା ଦେବେନ୍ଦ୍ର ଫଡ଼ନବିସ । ବିଦ୍ରୋହ ପରଠାରୁ ପ୍ରଥମଥର ଗଣମାଧ୍ୟମ ସାମ୍ନାରେ ମନ୍ତବ୍ୟ ରଖିଛନ୍ତି ଏକାନାଥ ସିନ୍ଦେ । ସେ କହିଛନ୍ତି ଯେ, ‘ମୋ ସହ ୫୦ ବିଧାୟକ ଅଛନ୍ତି । ମୁମ୍ବାଇ ଫେରିବା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ମୁକାବିଲା ହେବ ।’

Get real time updates directly on you device, subscribe now.