fbpx

ତାତିରୁ ନାହିଁ ତ୍ରାହି: କାଲିଠାରୁ ୟୁଜି/ପିଜି କ୍ଲାସ ରୁମ୍ ପାଠପଢ଼ା ବନ୍ଦ, ଜାଣନ୍ତୁ କେତେ ଦିନ?

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ହେବ ସାରା ରାଜ୍ୟରେ ପ୍ରଚଣ୍ଡ ଗୀଷ୍ମ ପ୍ରବାହ ଜାରି ରହିଛି । ଅସହ୍ୟ ତାତି ଯୋଗୁଁ ସ୍କୁଲ, ଅଙ୍ଗନବାଡ଼ି ବନ୍ଦ ହୋଇଥିବା ଆସନ୍ତାକାଲିଠାରୁ ୟୁଜି/ପିଜି କ୍ଲାସ ରୁମ ପାଠପଢ଼ା ବନ୍ଦ । କାଲିଠାରୁ ୨ ତାରିଖ ପର୍ଯ୍ୟନ୍ତ ୟୁଜି/ପିଜି ପାଠପଢ଼ା ବନ୍ଦ ରହିବ ବୋଲି ଜଣାପଡ଼ିଛି । ପ୍ରଚଣ୍ଡ ଗୀଷ୍ମ ପ୍ରବାହକୁ ଦୃଷ୍ଟି ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଉଚ୍ଚଶିକ୍ଷା ବିଭାଗ ଅଧୀନ କଲେଜ ଓ ବିଶ୍ୱବିଦ୍ୟାଳୟ ପାଇଁ ଏହା ଲାଗୁ ରହିବ । ପରୀକ୍ଷା, ମୂଲ୍ୟାଙ୍କନ ଓ ପ୍ରଶାସନିକ କାର୍ଯ୍ୟ ପୂର୍ବ ଭଳି ଚାଲିବ । କାଲିଠାରୁ ୨ ତାରିଖ ପର୍ଯ୍ୟନ୍ତ କ୍ଲାସ ରୁମ୍ ପାଠପଢ଼ା ବନ୍ଦ ରହିବ ।

ତେବେ ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଗୁଳୁଗୁଳି ଓ ଝାଞ୍ଜି ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରିକାଇଛି । ଏପରିକି ଦିନ ୧୧ଟା ପରେ ସହରର ଦୋକାନ ବଜାର ବନ୍ଦ ରହିବା ସହ ରାସ୍ତାଘାଟ ଜନଶୂନ୍ୟ ହୋଇପଡୁଛି । ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି । ଏପରି ସ୍ଥିତିରେ ଭାରତୀୟ ପାଣିାଗ ବିଭାଗ ଆହୁରି ଦୁଇ ସପ୍ତାହ ଯାଏ ଏପରି ତାତି ଲାଗି ରହିବ ବୋଲି ସୂଚନା ଦେବାପରେ ରାଜ୍ୟବାସୀ ଭୟଭୀତ ହୋଇପଡ଼ିଛନ୍ତି । ଏଥିନେଇ ଆଇଏମ୍‌ଡି ପକ୍ଷରୁ ରାଜ୍ୟର ୬ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ ଘରୁ ବାହାରିଲେ ସତର୍କତା ଅବଲମ୍ବନ କରିବାପାଇଁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.