fbpx

ଉଜୟିନୀ ୧୨ ବର୍ଷୀୟ ଝିଅ ଦୁଷ୍କର୍ମ ମାମଲା: ଅଭିଯୁକ୍ତ ସର୍ଟ ଏନକାଉଁଣ୍ଟରରେ ଗୁରୁତର, ଦୁଇ ପୋଲିସ ମଧ୍ୟ ଆହତ

ଉଜୟିନୀ: ଉଜୟିନୀରେ ୧୨ ବର୍ଷର ଝିଅ ସହ ଦୁଷ୍କର୍ମ କରିିଥିବା ଅଭିଯୁକ୍ତ ଭରତ ସୋନୀକୁ ସର୍ଟ ଏନକାଉଁଣ୍ଟର କରାଯାଇଛି । ଏଥିରେ ସେ ଆହତ ହୋଇଛି । ପୋଲିସ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ଯାଇଥିଲେ । ଏହାରି ମଧ୍ୟରେ ଅଭିଯୁକ୍ତ ପୋଲିସକୁ ଝଟକା ଦେଇ ଖସି ପଳାଇବାର ପ୍ରୟାସ କରିଥିଲା । ସେହି ସମୟରେ ଅଭିଯୁକ୍ତ ଗୋଡରେ ଗୁଳି ବାଜଛି ଏବଂ ସେ ଆହତ ହୋଇଛି । ଏଥିରେ ଦୁଇ ପୋଲିସକର୍ମୀ ମଧ୍ୟ ଆହତ ହୋଇଥିବା କଥା ଜଣାପଡିଛି ।

ମହାକାଲ ନଗରୀ ଉଜୟିନୀରେ ଏହି ଦୁଃଖଦ ଘଟଣା ସୋମବାର ଦିନ ଘଟିଛି । ମହାକାଲ ଥାନା ଅଞ୍ଚଳର ମୂରଲୀପୁରାରେ ପିଡିତା ଜଣକ ଅର୍ଦ୍ଧନଗ୍ନ ଅବସ୍ଥାରେ ବୁଲୁଥିଲା । ସେ ରକ୍ତାକ୍ତ ଅବସ୍ଥାରେ ମଧ୍ୟ ବୁଲୁଥିଲା ଏବଂ ବହୁତ କଷ୍ଟରେ କଥା କହୁଥିଲା । ସାଂବରାଖେଡୀ କଲୋନୀରେ ଏହି ନାବାଳିକା ଦେଢ ଘଣ୍ଟା ପର୍ଯ୍ୟନ୍ତ ଏପରି ଅବସ୍ଥାରେ ବୁଲୁଥିଲା । ସେ ପାଖାପାଖି ୮କିମି ପର୍ଯ୍ୟନ୍ତ ମଧ୍ୟ ବୁଲୁଥିଲା । ମହାକାଲ ଥାନା ପୋଲିସକୁ ଏହି ଶିଶୁର ଯେଉଁ ସିସିଟିଭି ଫୁଟେଜ ମିଳିଛି ସେଥିରେ ସେ ଅର୍ଦ୍ଧନଗ୍ନ ଅବସ୍ଥାରେ ବୁଲୁଥିବାର ଦେଖାଦେଇଛି ।

ପୋଲିସ ଝିଅକୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା, ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ହେବା ପରେ ଡାକ୍ତରମାନେ ତାଙ୍କୁ ଇଣ୍ଡୋର ପଠାଇଥିଲେ। ଯେତେବେଳେ ଝିଅର ଅବସ୍ଥା ସୁଧୁରି ନଥିଲା, ପୋଲିସ କର୍ମଚାରୀମାନେ ସେମାନଙ୍କ ରକ୍ତ ଦାନ କରିବାରେ ସାହାଯ୍ୟ କରିଥିଲେ, କିନ୍ତୁ ତାଙ୍କ ବ୍ୟକ୍ତିଗତ ଅଂଶରେ ବ୍ୟାପକ କ୍ଷୟକ୍ଷତି ହେତୁ ସେ ବହୁ ରକ୍ତ ହରାଇଥିଲେ।

Get real time updates directly on you device, subscribe now.