fbpx

UK ରିଲିଜ୍ କଲା ୟୁକ୍ରେନ ଉପରେ ଆକ୍ରମଣର ମ୍ୟାପ୍, ଦେଖନ୍ତୁ କେଉଁ କେଉଁ ସ୍ଥାନରେ ମୁତୟନ ହୋଇଛି ଋଷ ସେନା

ଲଣ୍ଡନ: ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଋଷ-ୟୁକ୍ରେନ ସଙ୍କଟକୁ ନେଇ ବଡ଼ ଖୁଲାସା କରାଯାଇଚି । ଏହି ପରିପ୍ରେକ୍ଷୀରେ ଏକ ମ୍ୟାପ୍ ରିଲିଜ୍ କରାଯାଇଛି । ଏହି ମ୍ୟାପ୍ ରେ କୁହାଯାଇଛି ଯେ, ଋଷ କେଉଁ କେଉଁ ସ୍ଥାନରେ ଓ କେଉଁଭଳି ୟୁକ୍ରେନ ଉପରେ ଆକ୍ରମଣ କରିପାରେ । ଏନେଇ ଏହି ମ୍ୟାପ୍ ଜରିଆରେ ଚେତାବନୀ ଦିଆଯାଇଛି । ସେନା ମୁଖ୍ୟ ମାନେ ୭ଟି ସ୍ଥାନ ସମ୍ପର୍କରେ ତଥ୍ୟ ସେୟାର୍ କରିଛନ୍ତି । ପ୍ରଥମ ପର୍ଯ୍ୟାୟ ହମଲା ସହିତ ଦ୍ୱିତୀୟ ପର୍ଯ୍ୟାୟରେ କେଉଁ ଭଳି ଭାବେ ହମଲା କରିବ, ତା ଉପରେ ବି ଫୋକସ୍ କରାଯାଇଛି ।

ବ୍ରିଟିଶ୍ ସରକାରଙ୍କ କହିବା ମୁତାବକ, ଓଡେସା କିମ୍ବା ଭିନିତ୍ସିଆ ସହରକୁ ଯିବା ପୂର୍ବରୁ ଋଷ ସେନା ମାନେ ବେଲାରୁସ କିମ୍ବା କ୍ରିମିଆ ରୁ ୟୁକ୍ରେନ ରେ ପଶିପାରନ୍ତି । ତେବେ ଜାରି କରାଯାଇଥିବା ମ୍ୟାପ୍ ରେ କୁହାଯାଇଛି ଯେ, କେଉଁ କେଉଁ ସ୍ଥାନରୁ ଋଷ ଆକ୍ରମଣ ଆରମ୍ଭ କରିପାରେ । ଅନ୍ୟପଟେ ଅଧିକାରୀ ମାନେ ଏହା ମଧ୍ୟ କହିଛନ୍ତି ଯେ, ପୁଟିନ୍ ଏହା ବି ଚେଷ୍ଟା କରୁଛନ୍ତି ଯେ, ବିବାଦକୁ ଶାନ୍ତି ପୂର୍ଣ୍ଣ ଭାବରେ କିପରି ରୋକାଯାଇପାରିବ ।

Get real time updates directly on you device, subscribe now.