fbpx

ସେନାକୁ Nude ଫଟୋ ପଠାଉଛନ୍ତି ୟୁକ୍ରେନ ମହିଳା: ଜାଣନ୍ତୁ କାହିଁକି ଏମିତି ଭିଡିଓ ହେଉଛି ସେୟାର

ନୂଆଦିଲ୍ଲୀ: ଫେବୃୟାରୀରୁ ଆରମ୍ଭ ହୋଇଥିବା ଋଷ-ୟୁକ୍ରେନ ଯୁଦ୍ଧରେ ବିରାମ ଲାଗିବାର ନାଁ ଧରୁନି । ଏହାରି ମଧ୍ୟରେ ଅନେକ ଖବର ସାମନାକୁ ଆସିଛି । ଏବେ ୟୁକ୍ରେନ ସେନାଙ୍କୁ ନେଇ ଆଉ ଏକ ସାମନାକୁ ଆସିଛି ଚାଞ୍ଚଲ୍ୟକର ଘଟଣା । ୟୁକ୍ରେନର ମହିଳାମାନେ ଏଠାକାର ସୈନ୍ୟମାନଙ୍କୁ Nude ଫଟୋ ଏବଂ ଭିଡିଓ ପଠାଉଥିବାର ଜାଣିବାକୁ ମିଳିଛି । ଏହାର ପ୍ରକୃତ କାରଣ କ’ଣ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ଉଦ୍ଦେଶ୍ୟ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଆସନ୍ତୁ ଜାଣିବା ଏହା ପଛର ବିରାଟ ରହସ୍ୟ ।

Nude ଫଟୋ ପଠାଇବାର କାରଣ ଏବଂ ଉଦ୍ଦେଶ୍ୟ ଖୁବ ରହସ୍ୟମୟୀ ରହିଛି । ଏହା ହେଉଛି ଏକ ବିରାଟ ପ୍ଲାନ । ଋଷର ଶକ୍ତିଶାଳୀ ସେନା ସହ ଲଢିବାକୁ ୟୁକ୍ରେନ ପାଇଁ ସବୁଠୁ ବଡ ଅସ୍ତ୍ର ହେଉଛି ସେମାନଙ୍କ ମନୋବଳ । ତେଣୁ ଏହି ମନୋବଳ ବଢାଇବା ପାଇଁ ମହିଳାମାନେ ସେମାନଙ୍କ ସୈନ୍ୟକୁ ନ୍ୟୁଡ ଫଟୋ ଏବଂ ଭିଡିଓ ସେୟାର କରୁଛନ୍ତି । ରିପୋର୍ଟ ଅନୁସାରେ, ୟୁକ୍ରେନର ମହିଳାମାନେ ଋଷ ବିପକ୍ଷରେ ନିଜ ଦେଶର ସିପାହୀଙ୍କୁ ପ୍ରୋତ୍ସାହନ ଦେବା ପାଇଁ ସେମାନଭ୍କ ସେକ୍ସି ଓ ନ୍ୟୁଡ ଫଟୋ-ଭିଡିଓ ପଠାଉଛନ୍ତି । ଏଥିପାଇଁ ସୋସିଆଲ ମିଡିଆ ଟେଲିଗ୍ରାମରେ ଏକ ଚ୍ୟାନେଲ କ୍ରିଏଟ କରାଯାଇଛି । ଏହି ଚାନେଲ ମାଧ୍ୟମରେ ଏଠାକାର ମହିଳାମାନେ ନିଜର ନ୍ୟୁଡ ଫଟୋ ଏବଂ ଭିଡିଓ ସେୟାର କରୁଛନ୍ତି ।

ବିଶେଷ ସୂତ୍ରରୁ ଜଣାଯାଇଛି ଯେ, ୟୁକ୍ରେନର ରାଜଧାନୀ କିଭରୁ ଏକ ଗୋଷ୍ଠୀ ଏସବୁ ଚାଲୁ କରିଛନ୍ତି । ଏହି ଗ୍ରୁପରେ ଦେଶର ବିଭିନ୍ନ ସ୍ଥାନରୁ ମହିଳାମାନଙ୍କ ନ୍ୟୁଡ ଫଟୋ ଏବଂ ଭିଡିଓ ଏକାଠି କରାଯାଏ । ଏହାପରେ ସେନାଙ୍କ ମୋବାଇଲ କିମ୍ବା ଅନ୍ୟ ଡିଭାଇସ ମାଧ୍ୟମରେ ସେମାନଙ୍କୁ ପଠାଯାଇଥାଏ । ତେବେ ଦୀର୍ଘ ଦିନରୁ ଏହା ଜାରି ରହିଥିବା ବେଳେ ଏବେ ଏହାର ଖୁଲାସା ହୋଇଛି ।

Get real time updates directly on you device, subscribe now.