ନୂଆଦିଲ୍ଲୀ: ଆୟରଲାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମୁକାବିଲାରେ ଟସ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଛି ଟିମ ଇଣ୍ଡିଆ । ବହୁ ଦିନର ଅପେକ୍ଷା ପରେ ଏହି ମ୍ୟାଚରେ ଭାରତର ଦ୍ରୁତ ବୋଲର ଉମରାନ ମଲିକଙ୍କୁ ମିଳିଛି ଡେବ୍ୟୁର ମୌକା । ତେବେ ବର୍ଷା ପାଇଁ ମ୍ୟାଚରେ ବିଳମ୍ବ ହୋଇଛି । ପ୍ରଥମ ଥର ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଦଳ ଆୟରଲାଣ୍ଡ ବିପକ୍ଷରେ ସିରିଜ ଖେଳିବାକୁ ଯାଉଛି ।
ଡବଲିନରେ ଖେଳାଯାଉଥିବା ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଟସ ଜିତି ଫିଲ୍ଡିଂ ପାଇଁ ନିଷ୍ପତ୍ତି ନେଇଛି ଟିମ ଇଣ୍ଡିଆ । ଦଳର ନୂଆ ତଥା ନବମ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଗରୋଇ ଦଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି । ତେବେ ଏହି ମ୍ୟାଚରେ ଡେବ୍ୟୁ କରିବାକୁ ଯାଉଛନ୍ତି ଦ୍ରୁତ ବୋଲର ଉମରାନ ମଲିକ । ଆଇପିଏଲ-୨୦୨୨ ଆରମ୍ଭରୁ ଖୁବ ଚର୍ଚ୍ଚାରେ ରହି ଆସିଛନ୍ତି ଉମରାନ । ହାଇଦ୍ରାବାଦ ପକ୍ଷରୁ ୧୫୦ରୁ ଅଧିକ ବେଗରେ ବୋଲିଂ କରି ସେ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ସୁଯୋଗ ପାଇଥିଲେ ବି ମ୍ୟାଚ ଖେଳି ପାରି ନଥିଲେ । ଏହି ମ୍ୟାଚରେ ତାଙ୍କୁ ଖେଳିବାର ସୁଯୋଗ ଦେଇଛନ୍ତି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ଏହା ବ୍ୟତୀତ ଉପଅଧିନାୟକ ଭୁବନେଶ୍ୱର କୁମାର ତାଙ୍କୁ ଦଳର ଟି-୨୦ କ୍ୟାପ ପ୍ରଦାନ କରିଛନ୍ତି ।
A dream come true moment!!Congratulations to Umran Malik who is all set to make his T20I debut for #TeamIndia
He gets 🧢 No.98 #IREvIND pic.twitter.com/8JXXsRJFbW
— BCCI (@BCCI) June 26, 2022
ପ୍ରଥମ ମ୍ୟାଚରେ ଉମରାନଙ୍କ ବ୍ୟତୀତ ଦୀପକ ହୁଡା ଏବଂ ସୂର୍ଯ୍ୟକୁମାର ଯାଦବ ମଧ୍ୟ ସ୍ଥାନ ପାଇଛନ୍ତି । ଏହାବ୍ୟତୀତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖରାପ ପ୍ରଦର୍ଶନ ପରେ ମଧ୍ୟ ପୁଣି ଥରେ ଅକ୍ସର ପଟେଲ ଏବଂ ଋତୁରାଜ ଗାଏକ୍ୱାଡଙ୍କ ଉପରେ ଭରଷା ଦେଖାଇଛନ୍ତି ହାର୍ଦ୍ଦିକ ।
A look at our Playing XI for the first T20I against Ireland.#TeamIndia #IREvIND pic.twitter.com/J2Ep1MtQ35
— BCCI (@BCCI) June 26, 2022
ଟିମ ଇଣ୍ଡିଆ:
ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ଇଶାନ କିଶାନ, ଋତୁରାଜ ଗାଏକ୍ୱାଡ, ଦୀପକ ହୁଡା, ସୂର୍ଯ୍ୟକୁମାର ଯାଦବ, ଦିନେଶ କାର୍ତ୍ତିକ(ୱିକେଟ କିପର), ଅକ୍ସର ପଟେଲ, ଭୁବନେଶ୍ୱର କୁମାର(ଉପଅଧିନାୟକ), ଆବେଶ ଖାନ, ୟୁଜବେନ୍ଦ୍ର ଚହଲ ଏବଂ ଉମରାନ ମଲିକ ।
ଆୟରଲାଣ୍ଡ:
ଏ ବାଲୁିରିନ(ଅଧିନାୟକ), ପି ଷ୍ଟିରଲିଙ୍ଗ, ଜି ଡେଲାନୀ, ଏଚ ଟେକ୍ଟର, ଏଲ ସକର(ଉପଅଧିନାୟକ), ଜି ଡକରେଲ, ଏମ ଆଡେର, ଏ ମ୍ୟାକବ୍ରାଇନ, ସି ୟଙ୍ଗ, ଜେ ଲିଟିଲ, ସି ଅଲଫେଟ ।