fbpx

ଏମ୍ସରେ ଭର୍ତ୍ତି ହେଲା ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନ୍

ନୂଆଦିଲ୍ଲୀ: ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନ୍ କୁ ଦିଲ୍ଳୀ ଏମ୍ସରେ ଭର୍ତ୍ତି କରାଯାଇଛି । ଛୋଟା ରାଜନ୍ ର ପେଟରେ ଯନ୍ତ୍ରଣା ହେଉଥିବା କାରଣରୁ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିକଟରେ ସେ କରୋନା ମହାମାରୀରେ ସଂକ୍ରମିତ ଥିଲା । କିନ୍ତୁ ସୁସ୍ଥ ହୋଇସାରିଥିଲା ।

ଛୋଟା ରାଜନ୍ ଦୀର୍ଘ ଦିନ ହେଲା ତିହାଡ ଜେଲ୍ ରେ କଏଦୀ ଭାବରେ ସଜ୍ଜା କାଟୁଛି । ମଙ୍ଗଳବାର ତାକୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଏବେ ତାର ଚିକିତ୍ସା ଚାଲିଛି । ସେ ମେ ୧୧ ତାରିଖରେ କରୋନାରୁ ସୁସ୍ଥ ହୋଇଥିଲା । ସୁସ୍ଥ ହେବାପରେ ତାଙ୍କୁ ଡିସଚାର୍ଜ କରିଦିଆଯାଇଥିଲା । ଏପ୍ରିଲ୍ ୨୬ ତାରିଖରେ ସେ କରୋନା ସଂକ୍ରମଣ ହୋଇଥିଲା ।

ସୂଚନାଯୋଗ୍ୟ, ୨୦୧୫ରେ ଛୋଟା ରାଜନ୍ କୁ ଇଣ୍ଡୋନେସିଆରୁ ଗିରଫ କରାଯାଇଥିଲା । ଏହାପରେ ତାକୁ ଭାରତକୁ ଅଣାଯାଇଥିଲା । ଗତ ୬ ବର୍ଷ ହେଲା ସେ ତିହାଡ ଜେଲ୍ ରେ ରହିଛି । ୨୦୧୧ରେ ସାମ୍ବାଦିକ ଜେ ଦେଙ୍କୁ ହତ୍ୟା କରିଥିବା ମାମଲାରେ ରାଜନ୍ କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଏହାପରେ ତାକୁ ଆଜୀବନ କାରାଦଣ୍ଡ ଦିଆଯାଇଛି ।

Get real time updates directly on you device, subscribe now.