ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକ, ନିଆଯାଇପାରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ଆଜି ବସିବ କେନ୍ଦ୍ର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ଦିନ 11 ଟାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏହି ବୈଠକ ବସିବ ।

ନୂଆଦିଲ୍ଲୀ: ଆଜି ବସିବ କେନ୍ଦ୍ର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ଦିନ 11 ଟାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏହି ବୈଠକ ବସିବ । ଅପରେସନ ସିନ୍ଦୂରର ସଫଳତା ପରେ ବସିବାକୁ ଯାଉଥିବା ଏହି ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ।

ଏହି ବୈଠକରେ ଅପରେସନ ସିନ୍ଦୂର ଅଧିନରେ ଚାଲିଥିବା ସୁରକ୍ଷା ଅଭିଯାନର ସମୀକ୍ଷା କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏବଂ ସୁରକ୍ଷା ଓ ଗୁଇନ୍ଦା ସଂସ୍ଥାର ଅଧିକାରୀମାନେ ମଧ୍ୟ ସାମିଲ ହେବେ ।

ଯୁଦ୍ଧ ବିରତି ପରେ ଏବେ ପାକିସ୍ତାନକୁ ନେଇ ଭାରତର ରଣନୀତି କଣ ରହିବ, ତାହା ବୈଠକରେ ଆଲେଚନା ହୋଇପାରେ । ଆଜି  ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷାତାରେ ଏହି କେନ୍ଦ୍ର କ୍ୟାବିନେଟ ବୈଠକ ବସିବ । କିନ୍ତୁ ତାପୂର୍ବରୁ ଦିନ 11 ଟାରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ ବୈଠକ ବସିବାକୁ ଯାଉଛି ।