କୁଆଁରୀ ଝିଅମାନେ ସାବିତ୍ରୀ ବ୍ରତ ଦିନ କରନ୍ତୁ ଏହି ୩ଟି ଉପାୟ, ମିଳିବ ମନ ଚାହୁଁଥିବା ବର
ସାବିତ୍ରୀ ବ୍ରତ ଦିନ କୁଆଁରୀ ଖିଅଙ୍କ ପାଇଁ ଉପାୟ, ପାଇବେ ମନ ମୁତାବକ ବର
ଓଡ଼ିଶା ଭାସ୍କର: ଆଜି ସାରା ଭାରତରେ ହିନ୍ଦୁ ବିବାହିତା ମହିଳାମାନେ ସାବିତ୍ରୀ ବ୍ରତ କରିଛନ୍ତି। ନିଜ ସ୍ୱାମୀଙ୍କର ଆୟୁଷ ପାଇଁ ମନ୍ଦିରରେ ଶୁଭ ମନାସିଛନ୍ତି ସଧବା ନାରୀ।
ତେବେ ଏହି ଦିନ ଏପରି କିଛି ଉପାୟ ଅଛି, ଯାହାକୁ ଆପଣେଇ କୁଆଁରୀ ଝିଅମାନେ ନିଜ ମନ ମୁତାବକ ବର ପାଇ ପାରିବେ। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ..
କୁଆଁରୀ ଝିଅଙ୍କ ପାଇଁ ଉପାୟ:
-ଯଦି ଆପଣଙ୍କ ବିବାହ ହୋଇନାହିଁ, ତେବେ ଆଜି ବର ଗଛକୁ ପୂଜା କରନ୍ତୁ। ବୃକ୍ଷ ଚାରିପାଖରେ ୭ଥର ପରିକ୍ରମା କରନ୍ତୁ। ପରିକ୍ରମା ପରେ ଗଛ ମୂଳରେ ଚିନି ମିଶା କ୍ଷୀର ଅର୍ପଣ କରନ୍ତୁ ଏବଂ ଏହା ପରେ ଆପଣ ଏହାକୁ ମଥାରେ ଲଗାନ୍ତୁ।
-ବର ଗଛକୁ ପୂଜା କରିବା ପରେ ଗଛକୁ ଖଣ୍ଡ ହଳଦୀ ଏବଂ ମେହେନ୍ଦୀ ଅର୍ପଣ କରନ୍ତୁ। ଯଦି ଏହି ଉପାୟ ଆଜି କୁଆଁରୀ ନାରୀମାନେ କରନ୍ତି, ତେବେ ମନ ଚାହୁଁଥିବା ସ୍ୱାମୀ ପାଇପାରିବେ।
-ଏହି ଦିନ ବରଗଛ ମୂଳରେ ବିଷ୍ଣୁଙ୍କ ମୂର୍ତ୍ତି ପୂଜା କରନ୍ତୁ। ୧୨ଥର ବୃକ୍ଷ ଚାରିପଟେ ପରିକ୍ରମା କରି ସେଥିରେ ସୂତା ବାନ୍ଧନ୍ତୁ। ଏହି ସମୟରେ ବୃକ୍ଷ ମୂଳରେ ସୃଙ୍ଗାର ଅର୍ପଣ କରନ୍ତୁ। ଏଥିସହ ବିଷ୍ଣୁଙ୍କୁ ନଡ଼ିଆ ଏବଂ ହଳଦିଆ ରଙ୍ଗର ଫୁଲ ଅପର୍ଣ କରନ୍ତୁି। ଏହି ଉପାୟରେ କୁଆଁରୀ କନ୍ୟାଙ୍କୁ ମନ ଖୋଜୁଥିବା ଜୀବନସାଥୀ ମିଳିଯିବ।