fbpx

କରୋନାରୁ ସୁସ୍ଥ ହେଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଉତ୍ତରପ୍ରଦେଶ ୩୦ ।୪ (ଓଡ଼ିଶା ଭାସ୍କର) : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ କରୋନାରୁ ସୁସ୍ଥ ହୋଇ ଯାଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏକଥା ମଧ୍ୟ କହିଛନ୍ତି କି ‘ ଆପଣ ସମସ୍ତଙ୍କୁ ଶୁଭେଚ୍ଛା ଏବଂ ଡାକ୍ତରମାନଙ୍କ ଯତ୍ନ ନେବା ଦ୍ୱାରା ବର୍ତ୍ତମାନ ମୁଁ କରୋନା ନେଗେଟିଭ୍ ହୋଇପାରିଛି । ଆପଣ ମାନଙ୍କ ଦ୍ୱରା ଦିଆଯାଇଥିବା ସମସ୍ତ ସହଯୋଗ ଓ ଶୁଭକାମନା ପାଇଁ ଧନ୍ୟବାଦ ।’

ସୂଚନା ଅନୁସାରେ ଏପ୍ରିଲ ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନା ପଜିଟିଭ ହୋଇଥିବା ନେଇ ଟ୍ୱିଟ୍ ଯୋଗେ ଜଣାଇଥିଲେ । ଏହା ପୂର୍ବରୁ ତାଙ୍କ କାର୍ୟ୍ୟାଳୟର ଅନେକ ଅଧିକାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଅଧିକାରୀମାନେ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କର ଯାଞ୍ଚ କରିଥିଲେ ଯେଉଁଥିରେ ସେ କରୋନା ସଂକ୍ରମିତ ହୋଇଥିଲେ ।

 

Get real time updates directly on you device, subscribe now.