fbpx

ବିଧାନସଭା ନିର୍ବାଚନ ପୂର୍ବରୁ ମାୟାବତୀ ଓ ବିଜେପିକୁ ଝଟକା, ସମାଜବାଦୀ ପାର୍ଟିରେ ସାମିଲ ହେଲେ ୭ ବିଧାୟକ

Advertisement

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ମାୟାବତୀଙ୍କ ନେତୃତ୍ୱାଧୀନ ବହୁଜନ ସମାଜ ପାର୍ଟି(ବିଏସପି)କୁ ଲାଗିଛି ଜୋରଦାର ଝଟକା । ଶନିବାର ବିଏସପିର ଛଅ ଜଣ ବିଧାୟକ ସମାଜବାଦୀ ପାର୍ଟି(ଏସପି)ରେ ସାମିଲ୍ ହୋଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସପା ମୁଖ୍ୟ ଅଖିଳେଶ ଯାଦବ ସମସ୍ତଙ୍କୁ ସଦସ୍ୟତା ଦେଇଛନ୍ତି । ଏହି ସବୁ ବିଧାୟକ ଦୀର୍ଘ ସମୟ ଧରି ଅଖିଳେଶଙ୍କ ସଂପର୍କରେ ଥିଲେ । ସେହି ପରି ଅନ୍ୟ ଜଣେ ବିଜେପି ବିଧାୟକ ମଧ୍ୟ ସପାରେ ସାମିଲ୍ ହୋଇଛନ୍ତି ।

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଏହା ବିଏସପି ପାଇଁ ଶକ୍ତ ଝଟକା । ଅପରପକ୍ଷେ ସପା ରାଜ୍ୟରେ ବିଜେପିର ମୁଖ୍ୟ ବିରୋଧୀ ଦଳ ଭାବେ ଆର୍ବିଭାବ ହୋଇଛି ଏବଂ ଲଗାତାର ମଜବୁତ ହେବାରେ ଲାଗିଛି । ବିଏସପି ଏବଂ ବିଜେପି ଛାଡିଥିବା ବିଧାୟକଙ୍କୁ ଅଖିଳେଶ ସପା କାର୍ଯ୍ୟାଳୟରେ ସ୍ୱାଗତ କରିଛନ୍ତି । ଏହି ଅବସରରେ ଅଖିଳେଶ କହିଛନ୍ତି, ଏମିତି ବହୁତ ଲୋକ ଅଛନ୍ତି, ଯେଉଁମାନେ ସପାରେ ସାମିଲ୍ ହେବାକୁ ଚାହୁଛନ୍ତି । ନିର୍ବାଚନ ବେଳକୁ ବିଜେପି ଭାଗତା ପରିବାର ହୋଇ ରହିଯିବ ବୋଲି ସେ କହିଛନ୍ତି । ଆସନ୍ତା ନିର୍ବାଚନରେ ବିଜେପି ମୂଳପୋଛ ହେବା ଥୟ ବୋଲି ଅଖିଳେଶ ଯାଦବ କହିଛନ୍ତି । ବିଜେପି ନିଜର ନିର୍ବାଚନୀ ପ୍ରତିଶ୍ରୁତି ଅନୁଯାୟୀ, ନା କୃଷକଙ୍କ ଆୟ ଦୁଇ ଗୁଣ କଲା ନା ସେମାନଙ୍କ ବିକାଶ ପାଇଁ କିଛି ପଦକ୍ଷେପ ନେଲା ।

 

ବିଜେପି ପ୍ରତି ଜନତାଙ୍କ ଆକ୍ରୋଶ ବଢିବାରେ ଲାଗିଛି । ମହଙ୍ଗାଇ ଅହେତୁକ ବଢିବାରେ ଲାଗିଛି । ଦେଶରେ ତୈଳଦରଠୁ ନେଇ ଅତ୍ୟାବଶ୍ୟକ ସାମଗ୍ରୀର ଦର ଆକାଶଛୁଆଁ ରହିଛି । ବିଜେପି କେବଳ ଘୋଷଣାପତ୍ରରେ ସୀମିତ ରହି ଯାଉଛି ବୋଲି ଅଖିଳେଶ କହିଛନ୍ତି ।

Get real time updates directly on you device, subscribe now.