fbpx

ବିଜେପି କାଉନସିଲରଙ୍କ ଉପରେ ଗୁଳିମାଡ଼, ମର୍ଣ୍ଣିଂ ୱାକରେ ବାହାରିଥିଲେ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ଅପରାଧ ବଢିବାରେ ଲାଗିଛି। ଏହାରି ମଧ୍ୟରେ ଆଜି ଫିରୋଜାବାଦରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଫିରୋଜାବାଦରେ ଭାରତୀୟ ଜନତା ପାର୍ଟୀର କାଉନସିଲର ଅଲୀମ ଭୋଲାଙ୍କୁ ଅଜଣା ଲୋକେ ଗୁଳିମାଡ଼ କରିଛନ୍ତି।

ଫିରୋଜାବାଦରେ ବିଜେପି କାଉନସିଲର ଅଲିମ ଭୋଲାଙ୍କ ଉପରେ ଗୁଳିମାଡ କରାଯାଇଛି। ସୂଚନା ମୁତାବକ, ଅଲିମ ଭୋଲା ମର୍ଣ୍ଣିଂ ୱାକରେ ବାହାରିଥିଲେ, ଏହି ସମୟରେ ଏହି ଘଟଣା ଘଟିଛି। ବିଜେପି କାଉନସିଲରଙ୍କୁ ଲେବର କଲୋନୀରେ ଗୁଳି କରାଯାଇଛି। ଏହାପରେ ଆହତ କାଉନସିଲରଙ୍କୁ ଆଗରା ରେଫର କରାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜିଲ୍ଲା ହସ୍ପିଟାଲରେ କାଉନସିଲରଙ୍କୁ ଭର୍ତ୍ତି କରାଇଛି। ଏଥିସହ ତଦନ୍ତ ଚଳାଇଛି ପୋଲିସ।

Get real time updates directly on you device, subscribe now.