ମହିଳା ବେଶରେ ଡାକ୍ତରଙ୍କ ପର୍ଣ୍ଣ ଭିଡ଼ିଓ… ସ୍ତ୍ରୀ ଖୋଲିଲେ ରାଜ୍
ଉତ୍ତର ପ୍ରଦେଶରରୁ ଆସିଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା । ଜଣେ ସରକାରୀ ଡାକ୍ତର ମହିଳାଙ୍କ ପୋଷାକ ପିନ୍ଧି ଅଶ୍ଳୀଳ ଭିଡିଓ ତିଆରି କରି ୱେବସାଇଟରେ ଅପଲୋଡ୍ କରିବାର ଅଭିଯୋଗ ଆସିଛି।
ଲକ୍ଷ୍ନୌ: ୟେ କି କଥା ? ଡାକ୍ତର ଦିନରେ ହେଉଛନ୍ତି ବସନ୍ତ, ଆଉ ରାତିରେ ବାସନ୍ତୀ । କଥାଟା ଶୁଣିବାକୁ ଅଜବ ଲାଗୁଥିଲେ ବି ସତ । ଉତ୍ତର ପ୍ରଦେଶର ସନ୍ଥ କବୀର ନଗର ଜିଲ୍ଲାରୁ ଆସିଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା । ଜଣେ ସରକାରୀ ଡାକ୍ତର ମହିଳାଙ୍କ ପୋଷାକ ପିନ୍ଧି ଅଶ୍ଳୀଳ ଭିଡିଓ ତିଆରି କରି ୱେବସାଇଟରେ ଅପଲୋଡ୍ କରିବାର ଅଭିଯୋଗ ଆସିଛି। ଏହି ଅଭିଯୋଗ ଆଉ କେହି ନୁହେଁ ବରଂ ଡାକ୍ତରଙ୍କ ନିଜ ସ୍ତ୍ରୀ ହିଁ ଆଣିଛନ୍ତି ।
ସନ୍ଥ କବୀର ନଗରର ଖଲିଲାବାଦ କୋତୱାଲି ପୋଲିସ ଷ୍ଟେସନରେ ମେ 18 ତାରିଖରେ ରୁଜୁ ହୋଇଥିବା ଏକ FIR ଅନୁଯାୟୀ, ଖଲିଲାବାଦର କମ୍ୟୁନିଟି ହେଲ୍ଥ ସେଣ୍ଟର (CHC)ରେ ନିଯୁକ୍ତ ଡାକ୍ତର ବରୁଣେଶ ଦୁବେ ଭିଡିଓ ସୁଟିଂ ପାଇଁ ତାଙ୍କ ସରକାରୀ ବାସଭବନକୁ ଏକ ଅସ୍ଥାୟୀ ଷ୍ଟୁଡିଓ ଭାବରେ ବ୍ୟବହାର କରିଥିଲେ ବୋଲି ଅଭିଯୋଗ ହୋଇଛି। କର୍ତ୍ତୃପକ୍ଷ ସେବେଠାରୁ ସେହି ସ୍ଥାନକୁ ସିଲ୍ କରିଦେଇଛନ୍ତି।
ଜିଲ୍ଲା ଜେଲ ପରିସରରେ ସରକାରୀ ବାସଗୃହରେ ରହୁଥିବା ଡାକ୍ତର ବରୁଣେଶ ଦୁବେଙ୍କ ପତ୍ନୀ ସିମ୍ପି ପାଣ୍ଡେ ଅଭିଯୋଗ କରିଛନ୍ତି, ତାଙ୍କ ସ୍ବାମୀ ନିଜକୁ ଜଣେ ଟ୍ରାନ୍ସଜେଣ୍ଡର ମହିଳାଙ୍କ ପରିଚୟ ନେଇ ଅଶ୍ଳୀଳ ବିଷୟବସ୍ତୁ ତିଆରି କରୁଥିଲେ ଏବଂ ଟଙ୍କା ପାଇଁ ଅନଲାଇନ ପ୍ଲାଟଫର୍ମରେ ବିକ୍ରି କରୁଥିଲେ। ମୁଁ ତାଙ୍କୁ ଏକ ଭାଇରାଲ ଭିଡିଓରେ ଜଣେ ପୁରୁଷଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲି। ତେବେ ଘରର ସାଜସଜ୍ଜା ଏବଂ ବ୍ୟାକକ୍ଗ୍ରାଉଣ୍ଡ ଦେଖି ଜଣାପଡୁଛି ଏହା ତାଙ୍କ ନିଜ ଘରେ ଶୁଟିଂ କରାଯାଇଛି।
ତଥାପି, ଡକ୍ଟର ଦୁବେ ଏହି ଅଭିଯୋଗଗୁଡ଼ିକୁ ଅସ୍ୱୀକାର କରିଛନ୍ତି ଏବଂ ଦାବି କରିଛନ୍ତି ଯେ ଭିଡିଓକୁ ଡିପଫକ ପ୍ରଯ୍ୟୁକ୍ତିବିଦ୍ୟା ବ୍ୟବହାର କରି ପରିଚାଳନା କରାଯାଇଛି। ଏବଂ ତାଙ୍କୁ ବଦନାମ କରିବା ପାଇଁ ଏହା ଏକ ସଡ଼ଯନ୍ତ୍ର କରାଯାଇଛି ବୋଲି କହିଛନ୍ତି ଅଭିଯୁକ୍ତ ଡାକ୍ତର ।
ତେବେ ଅଭିଯୁକ୍ତ ଡାକ୍ତର ଜଣକ ତାଙ୍କ ସଡ଼ୁଙ୍କ ଉପରେ ଏହି ଅଭିଯୋଗ ଆଣିଛନ୍ତି । ଯିଏକି ସଫ୍ଟୱେର୍ ଇଞ୍ଜିନିୟର ଭାବରେ କାମ କରନ୍ତି । ସେ ତାଙ୍କୁ ବଦନାମ କରିବା ପାଇଁ ଏଭଳି ଷଡ଼ଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି। ମେ 18 ତାରିଖରେ ଡାକ୍ତର ତାଙ୍କ ଗୋରଖପୁର ବାସଭବନରେ ତାଙ୍କ ସ୍ତ୍ରୀ ଏବଂ ପରିବାର ସଦସ୍ୟଙ୍କ ସହ ମାରପିଟ ଅଭିଯୋଗ ଆସିବା ପରେ ବିବାଦ ହିଂସାତ୍ମକ ରୂପ ନେଇଥିଲା ।
ଅଭିଯୋଗ ପରେ ଏକ ଉଚ୍ଚସ୍ତରୀୟ ବିଭାଗୀୟ ତଦନ୍ତ କମିଟି ଗଠନ କରାଯାଇଛି ଏବଂ ଭିଡିଓର ଫୋରେନସିକ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି। ଏଫଆଇଆରରେ ବିଶ୍ୱାସଘାତକତା, ମାନସିକ ନିର୍ଯାତନା ଏବଂ ଶାରୀରିକ ହିଂସାର ଗୁରୁତର ଅଭିଯୋଗ ପଞ୍ଜିକୃତ ହୋଇଛି।
ଏହି ପ୍ରସଙ୍ଗ ସୋସିଆଲ ମିଡିଆରୁ ପ୍ରଶାସନିକ କରିଡର ପର୍ଯ୍ୟନ୍ତ ହଇଚଇ ସୃଷ୍ଟି କରିଦେଇଛି। ଜଣେ ସମ୍ମାନିତ ଡାକ୍ତରଙ୍କ ନାଁରେ ଏଭଳି ଅଭିଯୋଗ ସାମ୍ନାକୁ ଆସିବା ସ୍ଥାନୀୟ ଲୋକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । ପୋଲିସ କହିଛି ଯେ, ମାମଲାର ପ୍ରତ୍ୟେକ ଦୃଷ୍ଟିକୋଣରୁ ତଦନ୍ତ କରାଯାଉଛି ଏବଂ ବୈଷୟିକ ପ୍ରମାଣ ଆଧାରରେ ଖୁବ ଶୀଘ୍ର ସତ୍ୟ ପ୍ରକାଶ ପାଇବ।
ପୋଲିସର କହିବା ଅନୁଯାୟୀ, ଡାକ୍ତର ସାତ ବର୍ଷ ପୂର୍ବରୁ ବିବାହ କରିଥିଲେ ଏବଂ ତାଙ୍କର ସାଢ଼େ ପାଞ୍ଚ ବର୍ଷର ପୁଅ ମଧ୍ୟ ଅଛି। ପୋଲିସ କହିଛି ଯେ, ଦମ୍ପତିଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ଭଲ ନଥିଲା ।