fbpx

ୟୁପିଆଇ ସେବା ଦେବାକୁ ପଡ଼ିବନି କୌଣସି ଚାର୍ଜ: ଅର୍ଥ ମନ୍ତ୍ରଣାଳୟର ବଡ଼ ସୂଚନା

ନୂଆଦିଲ୍ଲୀ: ନିକଟରେ ଖବର ଆସିଥିଲା କି, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ସମୀକ୍ଷା କରୁଛି ଏବଂ ୟୁପିଆଇ ମାଧ୍ୟମରେ ଦିଆଯାଇଥିବା ଦେୟ ଉପରେ ଚାର୍ଜ ଆଦାୟ କରିପାରେ । ଏବେ ଅର୍ଥ ମନ୍ତ୍ରଣାଳୟ ଏକ ଆଶ୍ୱସ୍ତିକର ସୂଚନା ଦେଇଛି । ମନ୍ତ୍ରଣାଳୟ କହିଛି ଯେ, ୟୁପିଆଇ ପେମେଣ୍ଟ ସେବା ଉପରେ କୌଣସି ଦେୟ ଆଦାୟ କରିବାକୁ ସରକାର ବିଚାର କରିନାହାଁନ୍ତି ।

ଅର୍ଥ ମନ୍ତ୍ରଣାଳୟ ଟ୍ୱିଟ୍ କରି କହିଛି ଯେ, ‘ୟୁପିଆଇ ଏପରି ଏକ ଡିଜିଟାଲ୍ ପ୍ଲାଟଫର୍ମ ଯାହା ଜନସାଧାରଣଙ୍କ ପାଇଁ ଅତ୍ୟନ୍ତ ସୁବିଧାଜନକ ଏବଂ ଅର୍ଥନୀତିରେ ଏକ ପ୍ରମୁଖ ଅବଦାନ ରହିଛି । ୟୁପିଆଇ ପେମେଣ୍ଟ ସେବା ପାଇଁ କୌଣସି ଚାର୍ଜ ଲଗାଇବାକୁ ବିଚାର କରାଯାଉନାହିଁ  । ସେବା ପ୍ରଦାନକାରୀଙ୍କ ପାଇଁ ଖର୍ଚ୍ଚ ପୁନରୁଦ୍ଧାର ପାଇଁ ଅନ୍ୟ ବିକଳ୍ପଗୁଡ଼ିକୁ ବିଚାର କରାଯିବ ।’

ୟୁପିଆଇ କ’ଣ?

ତେବେ ୟୁପିଆଇ ହେଉଛି ଏକ ରିଅଲ ଟାଇମ୍ ସର୍ଭିସ୍ ସିଷ୍ଟମ, ଯାହା ଗୋଟିଏ ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିବାର ସୁବିଧା ଦେଇଥାଏ ।  ଖାସ୍ କଥା ହେଉଛି ଯେ, ରାତି ହେଉ ବା ଦିନ ଆପଣ ଯେକୌଣସି ସମୟରେ ୟୁପିଆଇ ମାଧ୍ୟମରେ ଟଙ୍କା ସ୍ଥାନାନ୍ତର କରିପାରିବେ  । ୟୁପିଆଇ ସୁବିଧାର ବ୍ୟବହାର କରିବା ବି ଅତ୍ୟନ୍ତ ସହଜ ।  ଏଥିପାଇଁ ଆପଣଙ୍କୁ ମୋବାଇଲରେ ଯେକୌସି ପେଟିଏମ, ଫୋନପେ, ଭିମ ଆଦି କୌଣସି ୟୁପିଆଇ ଆପ୍ ଡାଉନଲୋଡ୍ କରିବାକୁ ପଡିବ  ।

Get real time updates directly on you device, subscribe now.