ନୂଆଦିଲ୍ଲୀ: ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ତରଫରୁ ପୁଣି ଥରେ ବାର୍ଷିକ ନିଯୁକ୍ତି କ୍ୟାଲେଣ୍ଡର ୨୦୨୫ରେ ସଂଶୋଧନ କରାଯାଇଛି । ଏହାଫଳରେ ଆଶାୟୀଙ୍କ ପାଇଁ ପୁଣି ଥରେ ପରୀକ୍ଷା ତାରିଖ ବଦଳି ଯାଇଛି । ରିଭାଇଜଡ କ୍ୟାଲେଣ୍ଡର ଅନୁସାରେ, ଏନଡିଏ ଓ ସିଡିଏ ପରୀକ୍ଷା (୧) ୨୦୨୫ର ନୋଟିଫିକେସନ ଚଳିତ ବର୍ଷ ଡିସେମ୍ବର ମାସ ୧୧ ତାରିଖରେ ଜାରି କରାଯିବ । ଏହି ଦୁଇ ପରୀକ୍ଷା ପାଇଁ ଆବେଦନ କରିବାର ଅନ୍ତିମ ତାରିଖ ଡିସେମ୍ବର ୩୧ ତାରିଖ ରହିଛି । ସେହିପରି ଦୁଇ ପରୀକ୍ଷା ଆସନ୍ତା ବର୍ଷ ଏପ୍ରିଲ ୧୩ରେ ଆୟୋଜିତ କରଯିବ ।
ଏନଡିଏ ଓ ଏନଏ ପରୀକ୍ଷା (୨) ୨୦୨୫ ଓ ସିଡିଏସ ପରୀକ୍ଷା (୨) ୨୦୨୫ର ନୋଟିଫିକେସନ ଆସନ୍ତାବର୍ଷ ମେ ୨୮ରେ ଜାରି କରାଯିବ । ଏହାପରେ ଜୁନ ୧୭ରେ ରେଜିଷ୍ଟ୍ରେସନ ସମାପ୍ତ ହେବ ଓ ସେପ୍ଟେମ୍ବର ୧୪ରେ ଲିଖିତ ପରୀକ୍ଷାର ଆୟୋଜନ କରାଯିବ । ସେହିପରି ସିଭିଲ ସେବା (ପ୍ରିଲିମ୍ସ) ପରୀକ୍ଷା ୨୦୨୫ ଓ ଭାରତୀ ୟବନ ସେବା (ପ୍ରିଲିମ୍ସ) ପରୀକ୍ଷା ୨୦୨୫ ସିଏସ (ପି) ପରୀକ୍ଷା ୨୦୨୫ ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଜାନୁଆରୀ ୨୨ରେ ଆରମ୍ଭ ହୋଇ ଫେବୃଆରୀ ୧୧ରେ ସମାପ୍ତ ହେବ । ପରୀକ୍ଷା ମେ ୨୫ରେ ଆୟୋଜିତ ହେବ ଓ ଅଗଷ୍ଟ ୨୨ରେ ସିଭିଲ ସେବା (ମୁଖ୍ୟ) ପରୀକ୍ଷା ୨୦୨୫ ଆୟୋଜିତ ହେବ । ଭାରତୀୟ ବନ ସେବା (ମେନସ) ପରୀକ୍ଷା ୨୦୨୫ର ଆୟୋଜନ ନଭେମ୍ବ ୧୬ରେ ହେବ । ଆଇଇଏସ/ଆଇଏସଏସ ପରୀକ୍ଷାର ରେଜିଷ୍ଟ୍ରେସନ ଫେବୃଆରୀ ୧୨ରୁ ଆରମ୍ଭ ହୋଇ ମାର୍ଚ୍ଚ ୪ରେ ସମାପ୍ତ ହେବ । ପରୀକ୍ଷା ଜୁନ ୨୦ରେ ଆୟୋଜିତ ହେବ । ସଂଯୁକ୍ତ ଚିକିତ୍ସା ସେବା ପରୀକ୍ଷାର ନୋଟିଫିକେସନ ଫେବୃଆରୀ ୧୯ରେ ଜାରି ହେବ । ଆବେଦନ କରିବାର ଅନ୍ତିମ ତାରିଖ ମାର୍ଚ୍ଚ ୧୧ ରହିଥିବା ବେଳେ ଜୁଲାଇ ୨୦ରେ ଲିଖିତ ପରୀକ୍ଷା ଆୟୋଜିତ ହେବ । ସବିଶେଷ ତଥ୍ୟ ଜାଣିବା ପାଇଁ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍ ପରିଦର୍ଶନ କରିପାରିବେ ।
ଲିଙ୍କ: https://upsc.gov.in/sites/default/files/Revised-II-AnnualCalendar-2025-Engl-071124.pdf