fbpx

ୟୁକ୍ରେନ ଉପରେ ଆକ୍ରମଣ ନେଇ ପୁଟିନ୍ ଦେଲେ ଆଦେଶ, ଆମେରିକୀ ଗୁପ୍ତଚର ବିଭାଗର ସୂଚନା

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଯୁଦ୍ଧକୁ ନେଇ ଏବେ ଚର୍ଚ୍ଚା ଜାରି ରହିଛି । ୟୁକ୍ରେନର ରାଷ୍ଟ୍ରପତି କଥାବାର୍ତ୍ତା ମାଧ୍ୟମରେ ମାମଲାକୁ ରଫାଦଫା କରିବା ନେଇ ଋଷକୁ ପ୍ରସ୍ତାବ ପଠାଇଛନ୍ତି । ଅନ୍ୟପଟେ ୟୁକ୍ରେନର ଦୁଇ ଜଣ ସୈନିକଙ୍କ ମୃତ୍ୟୁ ପରେ ମାମଲା ଆହୁରି ବିଗିଡ଼ି ଯାଇଛି । ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ସ୍ଥିତି ଜଟିଳ ରହିଛି । ଏହା ଭିତରେ ଋଷ ଦାବି ମଧ୍ୟ କରୁଛି ଯେ, ସେ ନିଜ ସେନାଙ୍କୁ ଫେରାଇ ନେଉଛି କିନ୍ତୁ ଆମେରିକା ଏହାକୁ ଖଣ୍ଡନ କରିଛି । ଭ୍ଲାଦିମୀର ପୁଟିନ୍ ଙ୍କ କହିବା ଓ କରିବା ମଧ୍ୟରେ ଅନେକ ଫରକ ରହିଛି ।

ଏପରି କହିବାର କାରଣ ହେଲା, ଆମେରିକାର ଗୁପ୍ତଚର ବିଭାଗ ପକ୍ଷରୁ ସୂଚନା ମିଳିଛି ଯେ, ପୁଟିନ୍ ନିଜ ଦେଶର ସେନାଙ୍କୁ ୟୁକ୍ରେନ୍ ଉପରେ ଆକ୍ରମଣ କରିବା ନେଇ ଆଦେଶ ଦେଇସାରିଛନ୍ତି । ଆଉ ଯୁଦ୍ଧର ଆୟୋଜନ ଏବେ ଚରମ ସୀମାରେ ରହିଛି । ତେବେ ଏହି କଥା ଉପରେ ହ୍ୱାଇଟ୍ ହାଉସ୍ ଓ ପେଣ୍ଟାଗନ୍ ମୋହର ଲଗାଇ ନାହାନ୍ତି । ଏହା ପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଆମେରିକାର ବୈଦେଶିକ ମନ୍ତ୍ରାଳୟ ଏହି କଥାର ଆଶଙ୍କା କରି କହିଥିଲେ ଯେ, ଋଷ ମିଛ କହୁଛି ଯେ, ସେ ଯୁଦ୍ଧରୁ ଓହରିଯାଇଛି । କିନ୍ତୁ ସତ ହେଉଛି ଯୁଦ୍ଧ ପାଇଁ ସେମାନେ ପ୍ରସ୍ତୁତି କରୁଛନ୍ତି ।

 

Get real time updates directly on you device, subscribe now.