fbpx

‘ଡେମୋକ୍ରାଟିକ୍ ପ୍ରାଇମେରି’ରେ ବିଜୟୀ ହେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍

କଲମ୍ବିଆ: ଶନିବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଦକ୍ଷିଣ କାରୋଲିନାର ‘ଡେମୋକ୍ରାଟିକ୍ ପ୍ରାଇମେରି’ ବା ପ୍ରାରମ୍ଭିକ ନିର୍ବାଚନରେ ବିଜୟ ହାସଲ କରିଛନ୍ତି । ନଭେମ୍ବରରେ ହେବାକୁ ଥିବା ‘ରିପବ୍ଲିକାନ୍’ ନିର୍ବାଚନରେ ପ୍ରତିଦ୍ୱନ୍ଦୀ ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତ କରିବେ ବୋଲି ବାଇଡେନ୍ କହିଛନ୍ତି ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏକ ବିବୃତିରେ କହିଛନ୍ତି, ‘ଚଳିତ ବର୍ଷ ଦକ୍ଷିଣ କାରୋଲିନବାସୀ ମୋତେ ପୁନର୍ବାର ରାଷ୍ଟ୍ରପତି ପଦ ଜିତାଇବା ପଥରେ ସହଯୋଗ କରିବା ନେଇ କୌଣସି ସନ୍ଦେହ ନାହିଁ । ଏହା ସହ ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣି ଥରେ ପରାଜିତ କରିଛନ୍ତି ।’ ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସମ୍ପ୍ରତି ରାଷ୍ଟ୍ରପତି ଥିବା ୮୧ ବର୍ଷିୟ ବାଇଡେନ୍‌ ଦୁଇଜଣ ପ୍ରତିଦ୍ବନ୍ଦ୍ବୀଙ୍କୁ ବିପୁଳ ଭୋଟ୍‌ ବ୍ୟବଧାନରେ ପରାସ୍ତ କରି ନିଜ ଦଳ ତରଫରୁ ପୁଣି ରାଷ୍ଟ୍ରପତି ପ୍ରାର୍ଥୀ ହେବା ପାଇଁ ମନୋନୀତ ହେବାକୁ ଯାଉଛନ୍ତି। କିନ୍ତୁ, ‘ଡେମୋକ୍ରାଟ୍‌’ ଦଳ ଏହି ପ୍ରାଇମେରି ଭୋଟ୍‌ର ଫଳାଫଳକୁ ତର୍ଜମା କରିବେ। କାରଣ ବାଇଡେନ୍‌ଙ୍କ ପ୍ରତି ଜନସାଧାରଣଙ୍କ ଅନୁମୋଦନ ହାର ସ୍ବଳ୍ପ ରହିଥିବା କଥା ଆଗରୁ ଜଣାପଡ଼ିଥିଲା।  କିନ୍ତୁ, ୪ ବର୍ଷ ପୂର୍ବେ ହୋଇଥିବା ନିର୍ବାଚନରେ ସେ କୃଷ୍ଣକାୟ ସମ୍ପ୍ରଦାୟ ଭୋଟର୍‌ଙ୍କ ସମର୍ଥନ ପାଇ ବିଜୟୀ ହୋଇଥିଲେ।

 

Get real time updates directly on you device, subscribe now.