fbpx

ନଡିଆ ତେଲ ବ୍ୟବହାର କରୁଛନ୍ତି କି ? ଜାଣନ୍ତୁ ଏହାର ରହସ୍ୟମୟ ଘରୋଇ ଉପଚାର

Advertisement

ଓଡିଶା ଭାସ୍କର: ନିଡିଆ ତେଲରେ ଅନେକ ଔଷଧୀୟ ଗୁଣ ଭରପୁର ହୋଇ ରହିଥାଏ । ଏହା ତ୍ୱଚା ପାଇଁ ବରଦାନ ସଦୃଶ ବୋଲି ବିବେଚନା କରିଯାଇଥାଏ । ନଡିଆ ତେଲ କେବଳ ଚର୍ମ ପାଇଁ ନୁେଁହ ଏହା ଅନେକ କାର୍ଯ୍ୟରେ ବ୍ୟବହାର ହୋଇଥାଏ । ତେବେ ଏହା କେଉଁ କାର୍ଯ୍ୟରେ ବ୍ୟବହାର ହୋଇଥାଏ ଏବଂ କଣ ଲାଭ ହୋଇଥାଏ । ଆସନ୍ତୁ ଜାଣିବ …..
୧- ରୋଷେଇରେ ବ୍ୟବହାର- ନଡିଆ ତେଲକୁ ବିଭିନ୍ନ ରନ୍ଧା କାର୍ଯ୍ୟରେ ବ୍ୟବହାର କରିପାରିବେ । ଏଥିରେ ଆପଣ ତରକାରୀ, ଘାଣ୍ଟ ଏବଂ ସମସ୍ତ ରୋଷେଇ କରିପାରିବେ । ଏଥିରେ ଥିବା ସାଚୁରେଟେଡ ଫ୍ୟାଟ ଏବଂ ଭରପୁର ମାତ୍ରାରେ ଆଣ୍ଟି ଅକ୍ସିଡେଣ୍ଟ ରହିଥିବାରୁ ଶରୀର ପାଇଁ ଉପକାରୀ ହୋଇଥାଏ ।
୨- ଚର୍ମ ଏବଂ ନଖ ସୁସ୍ଥ ରଖେ- ନଡିଆ ତେଲ ଆପଣଙ୍କର ଚର୍ମ ଏବଂ ନଖ ଗୁଡିକ ପାଇଁ ଚମକ୍ରାର
ଫାଇଦା ଆଣିଦେଇଥାଏ । ଏଥିରେ ମଇଶ୍ଚରାଇଜର ଗୁଣ ରହିଥିବାରୁ ଶରୀରରେ ଦମଦାର ଚମକ ଆଣିଥାଏ । ନଡିଆ ତେଲକୁ ନଖରେ ମାଲିସ କରିବା ଦ୍ୱାରା ନଖରେ କୌଣସି ପ୍ରକାରର ସଂକ୍ରମଣ ହେଇନଥାଏ । ବିଷେଶକରି ଶୀତଦିନରେ ପାଦର ଗୋଇଠି ଫାଟୁଥିଲେ ଆପଣମାନେ ଏହି ନଡିଆ ତେଲର ମାଲିସ ଦ୍ୱାରା ଅନେକ ଉପଶମ ପାଇପାରିବେ ।
୩- ଦାନ୍ତ ସମସ୍ୟା- ଦାନ୍ତର କୌଣସିପ୍ରକାରର ସମସ୍ୟା ହେଉଥିଲେ । ଆପଣମାନେ ଦାନ୍ତମାଢିରେ ଏବଂ ପାଟି ଭିତରେ ମାଲିସ କରିବା ଦ୍ୱାରା ପାଇରିଆ ଏବଂ ଦାନ୍ତ ପୋକ କାଟିବା ସମସ୍ୟାରୁ ଆରାମ ଲାଗିଥାଏ । ଏଥିସହ ଦାନ୍ତ ମୂଳରେ ଜମିଥିବା ମଇଳାକୁ ବାହାର କରିଥାଏ । ଏହା ଆପଣଙ୍କର ଦାନ୍ତକୁ ଦୀର୍ଘଦିନ ପର୍ଯ୍ୟନ୍ତ ସୁସ୍ଥ ରଖିଥାଏ ।
୪- ମେକ ଅଫ ରିମୁଭର- ଆପଣମାନେ ନେଇଥିବା ମେକପକୁ ଛଡାଇବାରେ ନଡିଆ ତେଲ ବହୁତ ଉପକାରୀ ହୋଇଥାଏ । ଏକ ତୁଳା ସାହାଯ୍ୟରେ ଆପଣ ମୁହଁ ଏବଂ ବେକରେ ମାଲିସ କରି ମେକପ ଆରାମରେ ଛଡାଇ ପାରିବେ ।
୫- କେଶର ଯତ୍ନ- ନଡିଆ ତେଲ ଆପଣଙ୍କ କେଶରେ କଣ୍ଡିସନର ଭଳି କାମରେ ଲାଗିଥାଏ । ପ୍ରତ୍ୟେକ କେଶରେ ମାଲିସ କରିବା ଦ୍ୱାରା କେଶର ଘନତ୍ୱ ବଢିଥାଏ । ଏଥିସହ କେଶକୁ ଚକାଚକ କରିଥାଏ ।

Get real time updates directly on you device, subscribe now.