fbpx

ବିଳମ୍ବିତ ରାତି ଯାଏଁ ସ୍ମାର୍ଟଫୋନ୍ ବ୍ୟବହାର; ଆସିଲାଣି ଭୟଙ୍କର ପରିସ୍ଥିତି, ବିପଦରେ ଯୁବପିଢ଼ିଙ୍କ ଜୀବନ

Advertisement

ନୂଆଦିଲ୍ଲୀ: ଯଦି ରାତି ଅଧରେ ସ୍ମାର୍ଟଫୋନ୍ ଚଳାଇବାର ଅଭ୍ୟାସ ରହିଛି ତେବେ ତୁରନ୍ତ ବଦଳାଇ ଦିଅନ୍ତୁ, ନଚେତ୍ ମଧୁମେହ ନିଶ୍ଚିତ। ଏକ ଅଧ୍ୟୟନରେ ଏହା ଦାବି କରାଯାଇଛି। ରାତିରେ ଆଲୋକ ଯୋଗୁଁ ନିଦ୍ରା ବାଧାପ୍ରାପ୍ତ ହୋଇଥାଏ ବୋଲି ସୂଚନା ମିଳିଛି। ଯେଉଁଥିପାଇଁ ଡାଇବେଟିସ୍ ହେବାର ଆଶଙ୍କା ବଢିଯାଇଥାଏ। ଏହି ଅଧ୍ୟୟନରେ କୁହାଯାଇଛି ଯେ ରାତିରେ ଆଖି ଉପରେ ଯେକୌଣସି ପ୍ରକାରର କୃତ୍ରିମ ଆଲୋକ ପଡ଼ିବା ବିପଜ୍ଜନକ ହୋଇପାରେ। ରାତି ୧୨ରୁ ସକାଳ ୬ଟା ପର୍ଯ୍ୟନ୍ତ ଟାଇପ-୨ ଡାଇବେଟିସ୍ ହେବାର ଆଶଙ୍କା ଅଧିକ ରହିଥାଏ।

ଅଷ୍ଟ୍ରେଲିଆର ମୋନାଶ ୟୁନିଭର୍ସିଟିର ଗବେଷକମାନେ ୪୦ରୁ ୬୯ ବର୍ଷ ବୟସର ପ୍ରାୟ ୮୫ ହଜାର ଲୋକଙ୍କୁ ୯ ବର୍ଷ ଧରି ଅନୁଧ୍ୟାନ କରିଥିଲେ। ଏଥିରେ ଦେଖିବାକୁ ମିଳିଥିଲା ଯେ ରାତିରେ ଲାଇଟ୍ ସଂସ୍ପର୍ଶରେ ଆସିଲେ ଟାଇପ-୨ ଡାଇବେଟିସ୍ ସହିତ ଗଭୀର ସମ୍ପର୍କ ରହିଛି। ରାତିରେ ଆଲୋକ ସଂସ୍ପର୍ଶରେ ଆସିଥିବା ୧୦ ପ୍ରତିଶତ ଲୋକଙ୍କର ସବୁଠାରୁ କମ୍ ରୋଗ ହେବାର ସମ୍ଭାବନା ୬୭ ପ୍ରତିଶତ ଅଧିକ ଥିଲା। ଶୋଇବାର ସମୟ ସାମଗ୍ରିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ଆଜିକାଲି ରାତିରେ ଫୋନ୍ ଚଳାଇବା ଏକ ଅଭ୍ୟାସରେ ପରିଣତ ହେଉଛି।

ଯାହାର ମୋବାଇଲ ଲାଇଟ୍ ଆଖିରେ ପଡ଼ିବା କାରଣରୁ ନିଦକୁ ପ୍ରଭାବିତ କରୁଛି ଏବଂ ଡାଇବେଟିସ୍ ଭଳି ଦୁରାରୋଗ୍ୟ ରୋଗହେବାର ଆଶଙ୍କା ବଢ଼ାଉଛି। ଏହି ଅଧ୍ୟୟନରୁ ଜଣାପଡିଛି ଯେ ଏକ ପ୍ରକାର ଆଲୋକରେ ନିଦ୍ରା ପ୍ରଭାବିତ ହୋଇଥାଏ, ଯାହା ମେଟାବୋଲିଜିମ୍ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିପାରେ। ସ୍ମାର୍ଟଫୋନ, ଟିଭିରୁ ବାହାରୁଥିବା ବ୍ଲୁ ଲାଇଟ୍ କାରଣରୁ ଏହା ହୋଇପାରେ। ଏପରିକି ରିଡିଂ ଲ୍ୟାମ୍ପରୁ ବାହାରୁଥିବା ହଳଦିଆ ଆଲୋକ ମଧ୍ୟ ଏହା ଉପରେ ପ୍ରଭାବ ପକାଇଥାଏ। ଏହି ଅଧ୍ୟୟନରେ କୁହାଯାଇଛି ଯେ ରାତିରେ ଆଲୋକଠାରୁ ଦୂରେଇ ରହିବା ଦ୍ୱାରା ଟାଇପ ୨ ଡାଇବେଟିସ୍ କୁ ଅନେକାଂଶରେ ଏଡାଇ ଦିଆଯାଇପାରିବ।

Get real time updates directly on you device, subscribe now.