ସରିଲା ଛୁଟି, ଏବେ କାମରେ ଯୋଗ ଦିଅ… ସୁଜାତା ପାଣ୍ଡିଆନଙ୍କ ଛୁଟି ଆଗ୍ରାହ୍ୟ କଲେ ସରକାର

ଭୁବନେଶ୍ୱର: ପୂର୍ବତନ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ପାଣ୍ଡିଆନଙ୍କୁ ଲାଗିଛି ଶକ୍ତ ଝଟକା । ଆଇଏଏସ ସୁଜାତା କାର୍ତ୍ତିକେୟନଙ୍କ ଛୁଟି ଆବେଦନକୁ ଖାରଜ କରିଛନ୍ତି ରାଜ୍ୟ ସରକାର । ଗତ ମେ’ ୩୧ ତାରିଖରୁ ୬ ମାସ ଛୁଟିରେ ଥିବା ସୁଜାତା ଆଉ ୬ ମାସ ଛୁଟି ପାଇଁ ଆବେଦନ କରିଥିଲେ । କିନ୍ତୁ ସରକାର ଏହାକୁ ଆଗ୍ରାହ୍ୟ କରିବା ସହ କାଲିଠାରୁ କାର୍ଯ୍ୟରେ ଯୋଗ ଦେବାକୁ ପରାମର୍ଶ ଦେଇଛନ୍ତି ।

ସୂଚନା ଅନୁସାରେ, ଗତ ମେ’ ୩୧ ତାରିଖରୁ ଆଇଏଏସ ସୁଜାତା କାର୍ତ୍ତିକେୟନ ୬ ମାସ ପାଇଁ ଛୁଟିରେ ରହିଥିଲେ । ପୂର୍ବ ସରକାରଙ୍କ ଅନୁମତିରେ ୬ ମାସ ପର୍ଯ୍ୟନ୍ତ ଛୁଟିରେ ରହିଥିଲେ ସୁଜାତା । କିନ୍ତୁ ଆଜି ତାଙ୍କର ଛୁଟି ସମୟସୀମା ଶେଷ ହୋଇଛି । ତେବେ ଏହାପରେ ଆଇଏଏସ ସୁଜାତା ପୁଣି ୬ ମାସ ପାଇଁ ଛୁଟି ଆବେଦନ କରିଥିଲେ । କିନ୍ତୁ ବର୍ତ୍ତମାନ ସରକାର ଏହି ଆବେଦନକୁ ଖାରଜ କରିଛନ୍ତି । ଏହାସହିତ କାଲିଠାରୁ ପୁଣିଥରେ କାମରେ ଯୋଗ ଦେବାକୁ ସୁଜାତା କାର୍ତ୍ତିକେୟନଙ୍କୁ ପରାମର୍ଶ ଦେଇଛନ୍ତି ସରକାର । ମେ’ ୩୧୩ ତାରିଖରୁ ସେ ଛୁଟିରେ ରହିଥିବା ବେଳେ ଆଜି ତାଙ୍କ ଛୁଟିର ଅବଧି ଶେଷ ହୋଇଛି ।