CBSE ବୋର୍ଡ ପରୀକ୍ଷାରେ ଫେଲ ହୋଇଯାଇଛନ୍ତି କି ବୈଭବ ସୂର୍ଯ୍ୟବଂଶୀ? ଜାଣନ୍ତୁ ସତ

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଡ଼ ଖବର, ଜାଣନ୍ତୁ ସେ ୧୦ମରେ ଫେଲ୍ ହୋଇଛନ୍ତି କି ପାସ୍‌

ନୂଆଦିଲ୍ଲୀ: ଦେଶରେ ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇସାରିଛି। ଏହାରି ମଧ୍ୟରେ ବୈଭବ ସୂର୍ଯ୍ୟବଂଶୀଙ୍କ ରେଜଲ୍ଟକୁ ନେଇ ଏକ ଖବର ଚର୍ଚ୍ଚା ହେଉଛି। ସେ ୧୦ମ ପରୀକ୍ଷାରେ ଫେଲ ହୋଇଛନ୍ତି ବୋଲି ଚାରିଆଡ଼େ ଚର୍ଚ୍ଚା ହେଉଛି।

ପ୍ରକୃତ ସତ: ସୋସିଆଲ ମିଡିଆରେ ବୈଭବ ସୂର୍ଯ୍ୟବଂଶୀଙ୍କ ଫେଲ ହେବାର ଖବର ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି। କିନ୍ତୁ ଏହି ଖବର ସଂପୂର୍ଣ୍ଣ ମିଛ। ଅର୍ଥାତ ବୈଭବ ସୂର୍ଯ୍ୟବଂଶୀ ପରୀକ୍ଷାରେ ଫେଲ ହୋଇନାହାନ୍ତି।

ପାସ୍ ଏବଂ ଫେଲର ପ୍ରଶ୍ନ ସେତେବେଳେ ଉଠିବ ଯେତେବେଳେ ସେ ପରୀକ୍ଷାରେ ବସିବେ। ଯେଉଁ ପୋଷ୍ଟ ସୋସିଆଲ ମିଡିଆରେ ଘୂରିବୁଲୁଛି, ସେଥିରେ ଲେଖାଯାଇଛି ଯେ, ୧୪ ବର୍ଷୀ ବୈଭବ ସୂର୍ଯ୍ୟବଂଶୀଙ୍କ ୧୦ମର ସିବିଏସସି ବୋର୍ଡ ପରୀକ୍ଷାରେ ଫେଲ ହେବା ପରେ ବିସିସିଆଇ ତାଙ୍କ ଉତ୍ତର ଖାତାରେ ଡିଆରଏସ ଶୈଳୀର ସମୀକ୍ଷା ପାଇଁ ଅନୁରୋଧ କରିଛି। ଏହି ଖବର ମିଥ୍ୟା ଅଟେ। ଏଥିରେ କୌଣସି ପ୍ରକାର ସତ ଘଟଣା ନାହିଁ।