fbpx

କାର୍ କିମ୍ୱା ଟ୍ରକ୍ ପଛରେ କାହିଁକି ଲେଖାଯାଏ ‘ବୁରୀ ନଜର ବାଲୋ ତେରା ମୁଁହ କାଲା’ ?

Advertisement

ଓଡ଼ିଶା ଭାସ୍କର: ଆମ ଦେଶ ଏମିତି ଏକ ଦେଶ ଯେଉଁଠି ସସ୍କୃତି-ପରମ୍ପରାକୁ ସମ୍ମାନ ଦିଆଯାଏ । କିଛି କଥା ଏପରି ଥାଏ, ଯାହା ସବୁ ଧର୍ମରେ ପାଖାପାଖି ସମାନ ଥାଏ । ଯେପରିକି ନଜର ଦୋଷ । ନଜର ଦୋଷରୁ ରକ୍ଷା ପାଇବା ପାଇଁ କିଏ ପୂଜାପାଠ କଲାଣି ତ କିଏ ପୁଣି ଉପଚାର କଲାଣି । ଏପରିକି ଲୋକେ ଦୋକାନ କିମ୍ବା ଘର ବାହାରେ ଲେମ୍ବୁ କଞ୍ଚା ଲଙ୍କା, ରାକ୍ଷଶ ମୁହଁ ଟାଙ୍ଗି ଥାନ୍ତି ।

ବିଶ୍ୱାସ କରାଯାଏ ଏପରି କଲେ ପରିବାର, ଘର, କର୍ମକ୍ଷେତ୍ରରେ କେବେ ବି ସଙ୍କଟ ଆସିନଥାଏ । ସାଧାରଣତଃ ଟ୍ରକ୍ ପଛରେ ‘ବୁରୀ ନଜର ବାଲୋ ତେରା ମୁଁହ କାଲା’ ଲେଖାଥିବା ଶବ୍ଦ ଆପଣ ଦେଖିଥିବେ। ବୁରୀ ନଜରର ଅର୍ଥ ହେଉଛି ଈର୍ଷା । ଏଥିସହିତ ଏହି ମୁହୂର୍ତ୍ତରେ ମୁଁହ କାଲାର ଅର୍ଥ ହେଉଛି ତାଙ୍କ ସମ୍ମାନ ମଧ୍ୟ ନଷ୍ଟ ହେବ ।

ଅର୍ଥାତ୍ ଯଦି କେହି ଖରାପ ନଜର ପକାନ୍ତି, ତା’ହେଲେ ସମ୍ମାନ ନଷ୍ଟ ହୋଇଥାଏ । ଆଉ ଏକ ସାଧାରଣ ବିଶ୍ୱାସ ରହିଛି ଯେ ଲୋକମାନେ ଅନେକ ସମୟରେ ଅନ୍ୟର ପ୍ରଗତି ଦେଖି ଈର୍ଷା କରନ୍ତି । ଏହି ବାକ୍ୟର ଅର୍ଥ ହେଉଛି ଯଦି ତୁମେ ମୋ ବ୍ୟକ୍ତିତ୍ୱ, ମୋର କୌଣସି ବସ୍ତୁ କିମ୍ବା ମୋ ସମ୍ମାନ ବିଷୟରେ କିଛି ଖରାପ କହିବ, ଚିନ୍ତା କରିବ କିମ୍ବା କରିବ, ତେବେ ତୁମର ମଧ୍ୟ ଖରାପ ହେବ ।

Get real time updates directly on you device, subscribe now.