fbpx

Vastu Tips: ପୂଜା ଘରେ ରଖନ୍ତୁ ନାହିଁ ମାଚିସ, ପିଛା ଛାଡ଼ିନଥାଏ ଦୁର୍ଭାଗ୍ୟ

ଓଡ଼ିଶା ଭାସ୍କର: ସନାତନ ଧର୍ମରେ ପୂଜାପାଠକୁ ନେଇ ଅନେକ ପ୍ରକାର ନିୟମ ରହିଛି । ସେହିପରି ବାସ୍ତୁ ଶାସ୍ତ୍ରରେ ମଧ୍ୟ ପୂଜାପାଠକୁ ନେଇ କିଛି ନିୟମ ଓ ଦିଗ ବିଷୟରେ ବର୍ଣ୍ଣନା ରହିଛି । ଘରେ ଦେବୀ ଦେବତାଙ୍କ ପୂଜାର୍ଚ୍ଚନା ପାଇଁ ନିର୍ଦ୍ଦିଷ୍ଟ ଦିଗ ରହିଛି । ପୂଜା ଘର ବା ମନ୍ଦିର ହେଉଛି ଘରର ସବୁଠାରୁ ପବିତ୍ର ସ୍ଥାନ । ତେଣୁ ଏହି ପବିତ୍ର ସ୍ଥାନରେ ଦୋଷ ନ ରଖିବା ପାଇଁ ବାସ୍ତୁ ଶାସ୍ତ୍ରରେ ଉଲ୍ଲେଖ ରହିଛି । ଏହି ନିୟମର ପାଳନ କରିବା ଦ୍ୱାରା ପୂଜା ସଫଳ ହେବା ସହ ଘରର ସୁଖ, ଶାନ୍ତି ଓ ସମୃଦ୍ଧି ବୃଦ୍ଧି ପାଇଥାଏ । ଅପରପକ୍ଷରେ ପୂଜା ଘରେ ଦୋଷ ରହିଲେ ଜୀବନରେ ଅନେକ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିଥାଏ । ପୂଜା ଘରେ ଦୀପ, ଧୂପ, କର୍ପୁର ଆଦି ପୂଜା ସାମଗ୍ରୀ ରହିଥାଏ । କିନ୍ତୁ ମାଚିସ ଓ ଲାଇଟର ଭଳି ଜ୍ୱଲନଶୀଳ ସାମଗ୍ରୀ ରଖିବା ଉଚିତ ନୁହେଁ । ଆସନ୍ତୁ ଜାଣିବା କ’ଣ କହୁଛି ବାସ୍ତୁ:

୧. ପୂଜା ଘରେ ମାଚିସ ରଖିବା ଅଶୁଭ ଅଟେ । ଏହା ଦ୍ୱାରା ଘରେ ନକାରାତ୍ମକ ଉର୍ଜ୍ଜା ପ୍ରବାହ କରିଥାଏ । ପୂଜା ଘର ପବିତ୍ର ସ୍ଥାନ ତେଣୁ ସେଠାରେ କୌଣସି ଜ୍ୱଳନଶୀଳ ପଦାର୍ଥ ରଖିବା ଅନୁଚିତ ।

୨. ପୂଜା ଘରେ ମାଚିସ ରଖିବା ଦ୍ୱାରା ପୂଜା କେବେ ବି ସଫଳ ହୋଇନଥାଏ । ତେଣୁ ଠାକୁରଙ୍କ ଦୀପ, ଧୂପ ଜଳାଇବା ପରେ ମାଚିସକୁ ଅନ୍ୟତ୍ର ରଖନ୍ତୁ ।

୩. ଘରେ ଥିବା ମନ୍ଦିରରେ, ଠାକୁରଙ୍କ ମୂର୍ତ୍ତି ପାଖରେ ମାଚିସ ରଖନ୍ତୁ ନାହିଁ । ଏହା ସହ ମନ୍ଦିରରେ ମାଚିସ କାଠି ଜାଳିବା ପରେ କୋଣରେ ଫୋପାଡ଼ନ୍ତୁ ନାହିଁ । ଏହା ଘରେ ନକାରାତ୍ମକ ଶକ୍ତିକୁ ବୃଦ୍ଧି କରିଥାଏ । ଏହା ଘର ପାଇଁ ଦୁର୍ଭାଗ୍ୟର କାରଣ ପାଲଟିଥାଏ ।

୪. ପୂଜା ଘରେ ମାଚିସ ରଖିବା ଦ୍ୱାରା ଘରେ ରହୁଥିବା ସଦସ୍ୟଙ୍କ ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ ।

କେଉଁଠି ରଖିବେ ମାଚିସ ?

ବାସ୍ତୁ ଶାସ୍ତ୍ର ଅନୁଯାୟୀ ମାଚିସ ସବୁବେଳେ କୌଣସି ବନ୍ଦ ଆଲମାରୀ କିମ୍ବା ବନ୍ଦ ସ୍ଥାନରେ ରଖିବା ଉଚିତ । ଏହା ଦ୍ୱାରା ଘରକୁ ନକାରାତ୍ମକ ଉର୍ଜ୍ଜା ଠାରୁ ଦୂରେଇ ରଖେ ।

Get real time updates directly on you device, subscribe now.