fbpx

Vastu Tips: ଆଲମାରୀରେ ଥିଲେ ଏହି ଜିନିଷ ଦେଖାଦେଇପାରେ ଆର୍ଥିକ ସଂକଟ

Advertisement

ଓଡ଼ିଶା ଭାସ୍କର: ବାସ୍ତୁଶାସ୍ତ୍ରରେ ଆଲମାରୀ ଏବଂ ଲକର(ତିଜୋରୀ)କୁ ନେଇ କିଛି ନିୟମ ରହିଛି । ଭୁଲ ଦିଗରେ ଆଲମାରୀ ରଖିବା, ଆଲମାରୀରେ ଭୁଲ ଜିନିଷ ରଖିବା ଦ୍ୱାରା ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ ଏବଂ ଆର୍ଥିକ ସଂକଟ ଦେଖାଦେଇଥାଏ । ଅଧିକାଂଶ ବ୍ୟକ୍ତି ଆଲମାରୀ ଲକରରେ ଜରୁରୀ କାଗଜପତ୍ର, ଟଙ୍କା, ଅଳଙ୍କାର ଇତ୍ୟାଦି ମୂଲ୍ୟବାନ ଜିନିଷ ରଖିଥାନ୍ତି । କିନ୍ତୁ କିଛି ବ୍ୟକ୍ତି ଏହି ସବୁ ଜିନିଷ ସହ ଅନ୍ୟାନ୍ୟ ଜିନିଷ ମଧ୍ୟ ରଖିଥାନ୍ତି ଯଦ୍ୱାରା ସକାରାତ୍ମକ ଶକ୍ତି ହ୍ରାସ ପାଇ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ । ଏହା ଆପଣଙ୍କ ପ୍ରଗତି ଏବଂ ଆୟ ଉପରେ ପ୍ରଭାବ ପକାଇଥାଏ । ତେଣୁ ସମୟ ପୂର୍ବରୁ ଏହାକୁ ହଟାଇବା ଆବଶ୍ୟକ । ତେବେ ଆସନ୍ତୁ ଜାଣିବା କେଉଁ ଜିନିଷ ଆଲମାରୀରେ ରଖିବା ଉଚିତ ନୁହେଁ ।

୧. ପରଫ୍ୟୁମ୍ ବା ଅତର: ଅଧିକାଂଶ ଲୋକମାନେ ପରଫମ ବା ଅତରକୁ ଆଲମାରୀ କିମ୍ବା ଲକରରେ ରଖିଥାନ୍ତି । ଏହା ଦ୍ୱାରା ବାସ୍ତୁ ଦୋଷ ହୋଇଥାଏ ଯାହା ଆର୍ଥିକ ସଂକଟର କାରଣ ଅଟେ ।

୨. ଦର୍ପଣ: ଅଧିକାଂଶ ଲୋକ ଦର୍ପଣ ଥିବା ଆଲମାରୀ ଲଗାଇବା ପସନ୍ଦ କରିଥାନ୍ତି । ଏହା ଡ୍ରେସିଂ ଟେବୁଲ ଦର୍ପଣ ଭଳି କାର୍ଯ୍ୟ କରିଥାଏ । ଏହା ଘରର ଆର୍ଥିକ ସ୍ଥିତି ପାଇଁ ଶୁଭ ନୁହେଁ ।

୩. ପୁରୁଣା କାଗଜ: ପୁରୁଣା ବା ଚିରିଯାଇଥିବା କାଗଜ ଆଲମାରୀରେ ରଖିବା ଉଚିତ ନୁହେଁ । ଏହା ନକାରାତ୍ମକ ଶକ୍ତି ଉତ୍ପନ୍ନ କରିଥାଏ । ଫଳରେ ବ୍ୟକ୍ତିକୁ ଜୀବନରେ ଆର୍ଥିକ ସଂକଟର ସାମ୍ନା କରିବାକୁ ପଡ଼ିପାରେ ।

୪. କଳା କପଡ଼ା: ଲକରରେ କେବେ ବି କଳା କପଡ଼ାରେ ଟଙ୍କା ପଇସା ରଖିବା ଉଚିତ ନୁହେଁ । ଏହା ଦ୍ୱାରା ଧନ ହାନୀ ହୋଇଥାଏ । ସବୁବେଳେ ନାଲି ବା ହଳଦିଆ ରଂଗର କପଡ଼ାରେ ଟଙ୍କା ପଇସା ରଖିବା ଉଚିତ ।

ସବୁବେଳେ ଘରର ଦକ୍ଷିଣ ପଶ୍ଚିମ କିମ୍ବା ଉତ୍ତର ପୂର୍ବ ଦିଗରେ ଆଲମାରୀ ରଖିବା ଉଚିତ । ମନେ ରଖନ୍ତୁ ଯେପରି ଆଲମାରୀର କବାଟ ପୂର୍ବ କିମ୍ପା ଦକ୍ଷିଣ ଦିଗକୁ ଖୋଲୁଥିବ । ଆଲମାରୀ କେବେ ବି କାନ୍ଥ ସହ ଲଗାଇ ରଖନ୍ତୁ ନାହିଁ ।

Get real time updates directly on you device, subscribe now.