fbpx

ମାଂସାହାରୀଙ୍କ ଅପେକ୍ଷା ଶାକାହାରୀମାନେ ଦୁଇ ଗୁଣ ଅଧିକ ଡିପ୍ରେସନରେ ରୁହନ୍ତି- ଷ୍ଟଡି ଖୁଲାସା

ନୂଆଦିଲ୍ଲୀ: ମଣିଷର ସ୍ୱାସ୍ଥ୍ୟ ଓ ଡିପ୍ରେସନକୁ ନେଇ ଏକାଧିକ ତଥ୍ୟ ପୂର୍ବରୁ ସାମ୍ନାକୁ ଆସିଛି । ତେବେ ଶାକାହାରୀମାନେ ମାଂସାହାରୀଙ୍କ ଅପେକ୍ଷା ଅଧିକ ଡିପ୍ରେସନରେ ରହିଥାନ୍ତି । ଭେଜିଟେରିଆନ ଓ ଡିପ୍ରେସନ ମଧ୍ୟରେ ଅନେକ ସମ୍ଭାବ୍ୟ ଲିଙ୍କ ରହଛି । ଯେଉଁମାନେ ମାଂସ ଖାଆନ୍ତି ସେମାନଙ୍କ ଅପେକ୍ଷା ଶାକାହାରୀମାନେ ପାଖାପାଖି ଦୁଇଗୁଣ ଡିପ୍ରେସନରେ ରହିଥାନ୍ତି ବୋଲି ଏକ ରିସର୍ଚ୍ଚରୁ ଜଣାପଡ଼ିଛି ।

ଯେଉଁମାନେ ମାଂସ ସେବନ କରିଥାନ୍ତି ସେମାନଙ୍କଠାରେ ଡିପ୍ରେସନ ହାର ଅଧିକ ଦେଖାଯାଉଥିବା ରିସର୍ଚ୍ଚରୁ ଜଣାପଡ଼ିଥିଲା । ପୁଷ୍ଟିକର ଖାଦ୍ୟ ଗ୍ରହଣକୁ ନେଇ ରିସର୍ଚ୍ଚରେ କିଛି ତଥ୍ୟ ମିଳିଥିଲା । ପୁଷ୍ଟିକର ଅଭାବରେ ଶରୀରରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ଏଥିପାଇଁ ଖାଦ୍ୟର କ୍ୟାଲେରୀ, ପ୍ରୋଟିନ, ସ୍ୱଳ୍ପ ପୁଷ୍ଟିକର, ଖାଦ୍ୟର ପ୍ରକ୍ରିୟା ଉପରେ ନଜର ଦିଆଯାଇଥିଲା । ତେବେ ଶାହାକାରୀଙ୍କ ଠାରେ ଦେଖାଯାଇଥିବା ହାଇ ଡିପ୍ରେସନ କାରଣ ପୁଷ୍ଟିକର ଖାଦ୍ୟ ନୁହେଁ ବୋଲି ଜଣାପଡ଼ିଥିଲା ।

ତେବେ ଏଠାରେ ଜାଣିବା ଜରୁରୀ ଶାକାହାରୀ ଓ ଡିପ୍ରେସନ ମଧ୍ୟରେ କ’ଣ ସମ୍ବନ୍ଧ ରହିଛି । ଉଦାସ ରହିବା କାରଣରୁ ଲୋକମାନେ ଶାକାହାରୀ ହେବାକୁ ଆକୃଷ୍ଟ ହୋଇଥାଇ ପାରନ୍ତି । ସାଧାରଣ ଭାବେ ମାଂସ ଉତ୍ପାଦନ ପାଇଁ ପଶୁଙ୍କ ସହିତ ହିଂସାତ୍ମକ ବ୍ୟବହାର କରାଯାଇଥାଏ ।ଯଦି ଶାକାକାରୀ ଖାଦ୍ୟରେ ପୋଷକ ତତ୍ତ୍ୱର ଅଭାବ ନାହିଁ, ତେବେ ଅନ୍ୟ କାରଣରୁ ଅବସାଦ ଆସିଥାଇପାରେ । ପୁରୁଷଙ୍କ ତୁଳନାରେ ମହିଳାମାନେ ଶାକାହାରୀ ହେବା ଓ ଅବସାଦର ଶିକାର ହେବାର ସମ୍ଭାବନା ଅଧିକ ରହିଥାଏ ।

Get real time updates directly on you device, subscribe now.