fbpx

(Video)ଗୀତ ଲେଖି ଭରି ଦେଲେ ପରୀକ୍ଷା ଖାତା, ଶିକ୍ଷକ ଦେଖିବା ପରେ ଯାହା କହିଲେ; ଆପଣ ମଧ୍ୟ ହେଇ ଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ସମସ୍ତ ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ପରୀକ୍ଷା ଶେଷ ହେବା ପରେ ଅଧିକାଂଶ ପରୀକ୍ଷାର ଫଳାଫଳ ମଧ୍ୟ ଘୋଷଣା କରାଯାଇଛି। କପି ଯାଞ୍ଚ ସମୟରେ, ଅନେକ ଥର ଶିକ୍ଷକମାନେ ଅନେକ ଛାତ୍ରଛାତ୍ରୀଙ୍କ ଖାତାରେ ଭିତ୍ତିହୀନ ଜିନିଷ ମଧ୍ୟ ଲେଖା ହୋଇଥିବା ଦେଖିବାକୁ ମିଳେ, ଯାହା ଏକ ସାଧାରଣ କଥା। ଏହିପରି ଅନେକ ମଜାଦାର ଘଟଣା ମଧ୍ୟ ଇଣ୍ଟରନେଟରେ ଭାଇରାଲ ହେଉଛି । ଏବେ ସୋସିଆଲ ମିଡିଆରେ ଏକ ପରୀକ୍ଷା ଖାତା ଭାଇରଲ ହେଉଛି , ଯେଉଁଥିରେ ଛାତ୍ର ଉତ୍ତର ଲେଖିବା ପରିବର୍ତ୍ତେ ହିନ୍ଦୀ ଗୀତ ପୂରଣ କରିଛନ୍ତି ।

ତେବେ ଏହି ଘଟଣାଟି ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର ଅଟେ ଯେଉଁଠାରେ ଜଣେ ଛାତ୍ର ପରୀକ୍ଷା ସମୟରେ ବଲିଉଡ ଗୀତର ଲିରିକ୍ସ ଲେଖି ନିଜର ଉତ୍ତର ସିଟ୍ ପୂରଣ କରିଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଛାତ୍ରଙ୍କ ଏହି ପରୀକ୍ଷା ସିଟ୍ ର ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଏବେ ଭାଇରାଲ ହେଉଛି। ଏହି ଉତ୍ତର ସିଟ୍ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ମଧ୍ୟ ଖୁବ ମଜାକ ଉଡାଇଛନ୍ତି । ଏହି ଉତ୍ତର ସିଟ୍ ରେ କେବଳ ତିନୋଟି ଉତ୍ତର ଅଛି ଆଉ ଉତ୍ତର ଲେଖିବା ପରିବର୍ତ୍ତେ ଛାତ୍ର ହିନ୍ଦୀ ଗୀତ ଲେଖିଛନ୍ତି। କେବଳ ଏତିକି ନୁହେଁ ଗ୍ରେଡ୍ ଦେବାକୁ ଥିବା ଶିକ୍ଷକଙ୍କୁ ପ୍ରଶଂସା କରିଛନ୍ତି ।

ଭିଡିଓରେ ଆପଣ ଦେଖିପାରିବେ ଯେ ଛାତ୍ର ଜଣକ ଅଭିନେତା ଆମୀର ଖାନଙ୍କ ଅଭିନୀତ ଚଳଚ୍ଚିତ୍ର 3 Idiots ର ଏକ ଗୀତର ଭାବପ୍ରବଣ ଗୀତ ଲେଖିଛନ୍ତି, “give me some sunshine ” ଗୀତାରେ ଖାତା ଭରିଛନ୍ତି ।.

ସେହିଭଳି ଶିକ୍ଷକଙ୍କୁ ସମ୍ବୋଧିତ କରି ଛାତ୍ର ଦ୍ୱିତୀୟ ନମ୍ବରର ଉତ୍ତର ଲେଖିଛନ୍ତି । ଛାତ୍ର ଶିକ୍ଷକଙ୍କୁ ”Brilliant” ବୋଲି ପ୍ରଶଂସା କରିଥିଲେ ଏବଂ ସ୍ୱୀକାର କରିଥିଲେ ଯେ ସେ ଅଧ୍ୟୟନ କରିନଥିଲେ। ଛାତ୍ର ଲେଖିଛନ୍ତି, ” ତୁମେ ଜଣେ ଅଦ୍ଭୁତ ଶିକ୍ଷକ … ଏହା ମୋର ଦୋଷ ଯେ ମୁଁ ପରୀକ୍ଷା ପାଇଁ କଠିନ ପରିଶ୍ରମ କରି ନାହିଁ … ହେ ଭଗବାନ, ମୋତେ ଅଧ୍ୟୟନରେ କିଛି ପ୍ରତିଭା ଦିଅ।”
ତୃତୀୟ ନମ୍ବରରେ ଛାତ୍ର ପି.କେ ଚଳଚ୍ଚିତ୍ରରୁ ‘ଭଗବାନ୍ ହେ କାହାନ୍ ରେ ତୁ’ ଗୀତର ଲିରିକ୍ସ ଲେଖି ଭଗବାନଙ୍କୁ ନିବେଦନ କରିବାକୁ ଚେଷ୍ଟା କରିଛନ୍ତି। ଛାତ୍ରଙ୍କ ଏହି ହାସ୍ୟାସ୍ପଦ ଉତ୍ତର କପି ଯାଞ୍ଚ କରୁଥିବା ଶିକ୍ଷକଙ୍କୁ ପ୍ରଭାବିତ କରିନଥିଲା । କପିର ପ୍ରଥମ ପୃଷ୍ଠାରେ ଶିକ୍ଷକ ଲେଖିଥିଲେ, “ଭଲ ଧାରଣା କିନ୍ତୁ ଏହି ଚାଲାକି ଏଠାରେ କାମ କରୁନାହିଁ। ଏହି ଭିଡ଼ିଓ କୁ ଇନଷ୍ଟାଗ୍ରାମରେ ଏପର୍ଯ୍ୟନ୍ତ ୩.୬ ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି।

Get real time updates directly on you device, subscribe now.